ମୁଖ୍ୟ ଖବର

ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ଥିଲା | ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଙ୍ଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହୋଇଥିବ, ତାହା ଅବୈଧ ବିବେଚିତ ହେବ ଓ ଉଲ୍ଲଙ୍ଘନକାରୀଙ୍କୁ ଜମିରୁ ଉଛେଦ କରାଯିବ | ତେବେ ଆଜି କ୍ୟାବିନେଟ ଏହି ଅଧିନିୟମର ଧାରା ୩୪ ଓ ୩୫କୁ ଉଚ୍ଛେଦ କରିବାର ପ୍ରସ୍ତାବକୁ ଅନୁମୋଦନ କରିଥିଲେ |ଏ ନେଇ ପୂର୍ବତନ ରାଜସ୍ବ ନିରୀକ୍ଷକ କହିଛନ୍ତି ଏହି ଧାରା ଉଠିବା ଫଳରେ ପୂର୍ବରୁ ବିଭାଜନ ଏବଂ ବିକ୍ରି ହୋଇ ପାରୁନଥିବା ଚକବନ୍ଦୀ ଜମି ସହଜରେ ବିକ୍ରି ହୋଇପାରିବ। ପୂର୍ବରୁ ଦରକାର ସମୟରେ ଜମି ବିକ୍ରି କରିନପାରି ବହୁ ଅସୁବିଧାର ସମ୍ଭୁଖୀନ ହେଉଥିଲେ ଜମି ମାଲିକ। କିନ୍ତୁ ସରକାର ଏହି ନିୟମରେ ପରିବର୍ତ୍ତନ କରି ସରଳୀକରଣ କରିବା ଯୋଗୁଁ ଅନେକ ଲୋକ ଉପକ୍ରୁତ ହୋଇପାରିବେ ବୋଲି ପୂର୍ବତନ ରାଜସ୍ବ ନିରୀକ୍ଷକ କହିଛନ୍ତି ।

Leave a Reply

Your email address will not be published. Required fields are marked *