ମୁଖ୍ୟ ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ

ଗୁଆହାଟୀ, : ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଏହି ସଡ଼କ ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସଡକ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଗୁଆହାଟିର ଯୁଗ୍ମ ପୋଲିସ କମିଶନର ବିଜୟ କୁମାର କହିଛନ୍ତି, ପ୍ରାଥମିକ ଅନୁସନ୍ଧାନ ଆଧାରରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ଛାତ୍ର ବୋଲି ଜଣାପଡିଛି। ଏହି ଦୁର୍ଘଟଣା ଜଳକୁବାରୀ ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ, ଆସାମ ଇଞ୍ଜିନିୟରିଂ କଲେଜରେ ପଢୁଥିବା ୧୦ ଜଣ ଛାତ୍ର ଏକ କାର୍‌ରେ ଯାଉଥିଲେ। ସେହି ସମୟରେ କାର୍‌ଟି ଅନ୍ୟ ଏକ ଗାଡି ସହ ଧକ୍କା ହୋଇଥିଲା।

Leave a Reply

Your email address will not be published. Required fields are marked *