ରାଜନୀତି

ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ

ନୂଆଦିଲ୍ଲୀ,: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ ଦଳର ଆଗକୁ ଥିବା ରାଜନିତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୧୨ ଜୁନରେ ପାଟନାରେ ଏକ ବୈଠକ ଡାକିଛନ୍ତି। ଏହାରି ଭିତରେ ବିଶେଷ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ କଂଗ୍ରେସ ସାମିଲ ହେବ ହେଲେ କେତେଜଣ ବଡ ବଡ ନେତା ଏଥିରେ ସାମିଲ ହେବ ନାହିଁ। ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି କଂଗ୍ରେସ ବୈଠକର ତାରିଖ ବଢାଇବାକୁ ଅନୁରୋଧ କରିଥିଲା।

ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ କୁମାର କିଛିଦିନ ହେବ ନିରନ୍ତର ବୈଠକ କରୁଛନ୍ତି। ସେ ଅତୀତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସଭାପତି ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସମେତ ଅନେକ ନେତାଙ୍କୁ ଭେଟିଥିଲେ। ଏଥିରେ ସମସ୍ତେ କହିଥିଲେ ଯେ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ଏହି କାରଣରୁ ଶୀଘ୍ର ବୈଠକ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *