ମୁଖ୍ୟ ଖବର

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ

ଭୁବନେଶ୍ବର: ଆଜି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଛି। ବୌଦ୍ଧ ବ୍ଲକ ବାଉଁସୁଣୀ ପଞ୍ଚାୟତ ଜମଘାଟି ଗାଁର ଚାଷୀ ଧରଣୀ ବେହେରାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ନେଇ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ମଣ୍ଡିରେ ଧାନ ବିକ୍ରି କରି ନ ପାରି ଆଖି ବୁଜିଦେଇଛନ୍ତି ଚାଷୀ। ଗତ ବୁଧବାର ଦିନ ମଣ୍ଡିକୁ ଧରି ଆସିଲା କିନ୍ତୁ ଗୁରବାର ଦୁଇଟି ମିଲର ଆସିଲେ ତାର ଧାନ ନେଲେ ନାହିଁ କି ସେ ବିକ୍ରି କରିପାରିଲା ନାହିଁ। ତା ର ବିଭିନ୍ନ ପ୍ରକାର ଋଣ ଥିଲା ଧାନ ବିକ୍ରି ନ ହେବା ଫଳରେ ଟୋକେନ ଲାପ୍ସ ହେବା ଚିନ୍ତାରେ ତାର ମୃତ୍ୟୁ ହୋଇଛି। ଏଭଳି ଟୋକେନ ବହୁତ ଲୋକର ଲାପ୍ସ ହଉଚି। ଟୋକେନ ବ୍ୟବସ୍ଥା କରି ଓଡ଼ିଶାରେ ଚାଷୀ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତି ଓଡ଼ିଶା ସରକାର। ଆମେ ଆଜି ପ୍ରଶ୍ନକାଳକୁ ବନ୍ଦ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛୁ। ଟୋକେନ ବ୍ୟବସ୍ଥା ଉଚ୍ଛେଦ କରାଯାଉ।

ଏଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବୌଦ୍ଧ ଜିଲ୍ଲା ବାଉଁଶୁଣି ମଣ୍ଡିରେ ବିଷ ଖାଇ ଆତ୍ମହତ୍ୟା କରିଲେ। ଚାଷୀଙ୍କ ଅବସ୍ଥା ରାଜ୍ୟରେ ତଳକୁ ତଳକୁ ଯାଉଛି। ରାଜ୍ୟର ୪୦ ଭାଗ ଚାଷୀମାନଙ୍କ ଟୋକନ କାଟି ଦିଆଯାଉଛି। କେବଳ ବୌଦ୍ଧ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ କିଣା ଯାଉନାହିଁ। ଫଳରେ ଚାଷୀ ବାଧ୍ୟ ହୋଇ ୧୨ ଶହରୁ ୧୩ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏ ବାବଦରେ ବିଧାନସଭାରେ ଆଲୋଚନା ହେବା ଆବଶ୍ୟକ। ଏହାର ତଦନ୍ତ ହୋଇ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ।
ତେଣେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି, ଯେ କୌଣସି ପ୍ରସଙ୍ଗ ଆଲୋଚନା କଲେ, ସରକାର ଉତ୍ତର ରଖିବେ। ଗୃହକୁ ବନ୍ଦ କରିକି ବିଶେଷ କରି ପ୍ରଶ୍ନକାଳକୁ ଯେଉଁମାନେ ବନ୍ଦ କରୁଛନ୍ତି, ଓଡ଼ିଶା ଲୋକେ ତାଙ୍କୁ କ୍ଷମା ଦେବେନି। ଲୋକଙ୍କ ପ୍ରତି ଏହା ଅବମାନନା।

ଆଜି ମଣ୍ଡି ଅବ୍ୟବସ୍ଥା ଓ ଓଡ଼ିଆ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ ଆଜି ଚାଲିପାରିଲାନି ପ୍ରଶ୍ନକାଳ। ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାଫଳରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

Leave a Reply

Your email address will not be published. Required fields are marked *