ରାଜ୍ୟ

ଅମଲା ମଞ୍ଚର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଗତକାଲି ଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ। ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମିଳିତ ଅମଲା ମଞ୍ଚ ର କର୍ମଚାରୀ ମାନେ l ହାତରେ ପ୍ଲାକାର୍ଡ ଧରି ନିଜର ଦାବି ପୂରଣ ପାଇଁ ବିଭିନ୍ନ ନାରା ଦେଉଥିବାର ଦେଖିବାକୁ ମିଳିଛି କର୍ମଚାରୀମାନଙ୍କୁ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉକ୍ତ ଧାରଣା ପ୍ରତିଦିନ ସରକାରୀ କାର୍ଯ୍ୟ ଦିବସରେ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *