ରାଜ୍ୟ

ରେଳମନ୍ତ୍ରୀ ଅଶ୍ଵିନୀ ସହିତ ନବୀନ ଏବଂ ମୋଦି ଇସ୍ତଫା ଦିଅନ୍ତୁ : ଆଇସିପି


ଭୁବନେଶ୍ୱର: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ସଭାପତି ରମେଶ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତା କରି ଏକ ସ୍ବତନ୍ତ୍ର ଜରୁରୀ ବୈଠକ ବାହାନଗା ମର୍ମନ୍ତୁତ ଭୟଂକର, ହୃଦୟ ବିଦାରକ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଇସ୍ତଫା ଦାବି କରାଯାଇଛି।
ବାରମ୍ବାର ରେଳ ଦୁର୍ଘଟଣା ପାଇଁ ଅଶ୍ଵିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏବଂ ଭାରତବାସୀ ଅଶ୍ଵିନୀ ବୈଷ୍ଣବ ମୁହଁ ଦେଖିବାକୁ ଚାହାନ୍ତି ନାହିଁ ବୋଲି ସଭାପତି ରମେଶ ରାଉତ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ଭାଷଣବାଜି କରି ଏବଂ ମନକିବାତ୍ କରି ରାଷ୍ଟ୍ର ର ସମୟ ନଷ୍ଟ କରୁଥିବା ବେଳେ ଭାରତ ବାସୀଙ୍କ ଧନ ଜୀବନ ର ସୁରକ୍ଷା କରିପାରି ନଥିବାରୁ ସେ ମଧ୍ୟ ଇସ୍ତଫା ଦେବା ଉଚିତ୍ ।ଦୁର୍ଘଟଣା ସ୍ଥଳକୁ ଏକ ହେଭିୱେଟ୍ ଲିଫଟ୍ ମଧ୍ୟ ରାଜ୍ୟ ସରକାର ପଠାଇ ନ ପାରି ଗୋଟିଏ ଜେସିବି ମେସିନ୍ ପଠାଇ ସର୍ବସାଧାରଣଙ୍କ ଦୃଷ୍ଟିରେ ନିଜର ଛବି ରକ୍ଷା ପାଇଁ ହୀନ ଉଦ୍ୟମ କରୁଥିବାରୁ ନବୀନ ବାବୁ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି। ବାହାନଗା ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ଥିଲେ ମଧ୍ୟ ଭୁବନେଶ୍ୱର ରୁ ବାହାନଗା ପ୍ରାୟ ୧୭୫ କିଲୋ ମିଟର ଦୂରତା ର ପ୍ରାୟ ୩ ଘଣ୍ଟା ର ରାସ୍ତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ଘଣ୍ଟା ପରେ ପହଞ୍ଚି ଥିବାରୁ ତାହାର ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *