ଦେଶ- ବିଦେଶ

ସିସୋଡିଆ ଘରେ ପହଞ୍ଚିବା ପୂର୍ବରୁ ବିଗିଡିଲା ପତ୍ନୀଙ୍କ ସ୍ବାସ୍ଥାବସ୍ଥା

ନୂଆଦିଲ୍ଲୀ,: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ତାଙ୍କ ପତ୍ନୀଙ୍କ ସହ ଭେଟିବାକୁ ଅନୁମତି ଦେଇଥିଲେ। ହେଲେ ଶନିବାର ସିସୋଡିଆ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯାଇଛି। ଏହାପରେ ତାଙ୍କ ନିକଟରେ ଥିବା ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସୋଡିଆ ଘଷର ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ଉଭୟଙ୍କର ସାକ୍ଷାତ୍‌ ହୋଇପାରି ନାହିଁ।

ମନୀଷ ସିସୋଡିଆଙ୍କ ପତ୍ନୀ ସୀମା ସିସୋଡିଆ ମଲ୍ଟିପଲ ସ୍କ୍ଲେରୋସିସ ନାମକ ଏକ ରୋଗରେ ପୀଡିତ। ଏହି ରୋଗର ଗମ୍ଭୀର ଦିଗ ହେଉଛି ଏଥିରେ ଶରୀର ଉପରେ ମନର ନିୟନ୍ତ୍ରଣ କମିଯାଏ। ଏହାପୂର୍ବରୁ ଏପ୍ରିଲ ମାସରେ ମନୀଷ ସିସୋଡିଆଙ୍କ ପତ୍ନୀ ସୀମା ସିସୋଡିଆ ଅସୁସ୍ଥ ଥିଲେ ଏବଂ ସେହି ସମୟରେ ସୀମା ସିସୋଡିଆଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *