ମନୋରଞ୍ଜନ

ମହାଭାରତ’ର ଶକୁନିଙ୍କ ଦେହାନ୍ତ

ମୁମ୍ବାଇ: ବି. ଆର୍‌. ଚୋପ୍ରାଙ୍କ ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି।

ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ  ଏହି ୭୯ ବର୍ଷୀୟ ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ସୁନିଶ୍ଚିତ କରିଛନ୍ତି।

ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ ତାଙ୍କ ପୁତୁରା ହିତେନ୍‌ ପେଣ୍ଟଲ୍‌ କହିଛନ୍ତି, ଦୁଃଖର କଥା, ସେ ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି।

‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ ତାଙ୍କ ପରିବାର ଦେଇଥିବା ବିବୃତିରେ ଉଲ୍ଲେଖ ଅଛି, ଆମ ବାପା ଗୁଫୀ ପେଣ୍ଟଲ୍‌ଙ୍କର (ଶକୁନି ମାମୁ) ଦେହାନ୍ତ ହୋଇଥିବା ଖବର ଅତ୍ୟନ୍ତ ଦୁଃଖର ସହିତ କହୁଛୁ। ପରିବାର ଲୋକଙ୍କ ଗହଣରେ ଆଜି ସକାଳେ ସେ ଶାନ୍ତିରେ ଦେହ ତ୍ୟାଗ କରିଛନ୍ତି।

Leave a Reply

Your email address will not be published. Required fields are marked *