ଧର୍ମ

ଭକ୍ତ ଦାସିଆ ପୀଠରେ ଦେବସ୍ନାନ ପର୍ବ ପାଳିତ

ଭୁବନେଶ୍ୱର : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଦେବସ୍ନାନ ପର୍ବ ପାଳିତ ହୋଇଯାଇଛି l ସକାଳେ ସ୍ନାନମଣ୍ଡପ ଶୋଧ କରାଯାଇ ପ୍ରତିଷ୍ଠା କରାଯାଇଥିଲା l ପରେ ମଙ୍ଗଳା ଆଳତି କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡି କରାଯାଇ ସ୍ନାନ ମଣ୍ଡପ ରେ ବିଜେ କରାଯାଇଥିଲା l ଏହି ସମୟରେ ତ୍ରାସ, ଛତ୍ରୀ, ଚାମର, ବିଞ୍ଚଣା, ଶଙ୍ଖ, କାହାଳି ସାଙ୍ଗକୁ ଘଣ୍ଟ, କୀର୍ତ୍ତନ ଧ୍ୱନିରେ ଚତୁର୍ପାଶ୍ୱ କମ୍ପିଉଠିବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା l ମନ୍ଦିର ପରିସରରେ ଥିବା କୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଏକ ବର୍ଣ୍ଣଢ଼ା ପରିବେଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରାଯାଇଥିଲା ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧ୍ୟାନ କରାଯାଇ ତୁଳସୀ ଓ ପଦ୍ମ ଫୁଲରେ ସୁସଜିତ କରାଯାଇଥିଲା l

ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ମୁଖ୍ୟ ପୂଜକ ଲଷ୍ମୀଧର ପାଢ଼ୀ, ତପନ କୁମାର ପଣ୍ଡା, ପ୍ରେମାନନ୍ଦ ଷଡ଼ଙ୍ଗୀ, ସତ୍ୟଜିତ ପାଢ଼ୀ, ପ୍ରହଲ୍ଲାଦ ମିଶ୍ର, ଲଷ୍ମୀଧର ଦୀକ୍ଷିତ ପ୍ରମୁଖ ପ୍ରଭୁଙ୍କ ରୀତିନୀତି ଅନୁଯାଇ କାର୍ଯ୍ୟ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଚିତ୍ତ ରଞ୍ଜନ ମିଶ୍ର ଓ ଟଙ୍କା ଧର୍ମପତ୍ନୀ ସବିତା ମିଶ୍ର କର୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ l





Speedynews

ଭକ୍ତ ଦାସିଆ ସ୍ମୃତି କମିଟି ର ସଭାପତି, ଡ଼. ପ୍ରତିଭା ମହାରଥୀ, ଏମ୍ସ ହସ୍ପିଟାଲ ର ପୂର୍ବତନ ନିର୍ଦେଶକ ଡ଼. ଅଶୋକ ମହାପାତ୍ର ତାଙ୍କ ଧର୍ମପତ୍ନୀ ସୁପ୍ରଭା ମହାପାତ୍ର ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟରେ ବିବେକାନନ୍ଦ ମହାପାତ୍ର, ସୁଶାନ୍ତ କୁମାର ବେହେରା, ପଞ୍ଚାନନ ନାୟକ, ଧରଣୀଧର ସ୍ବାଇଁ, ଜୟ ପ୍ରକାଶ ମିଶ୍ର, ବରିଷ୍ଠ ସଦସ୍ୟ ଅର୍ଜୁନ କୁମାର ସାମଲ, ଶ୍ରୀଧର ମହଲ, ଦିବାକର ପ୍ରଧାନ, ଦୁର୍ଗା ପ୍ରସାଦ ମିଶ୍ର, କୃଷ୍ଣ ଚନ୍ଦ୍ର ଲେଙ୍କା, ସ୍ୱୟଂ ପ୍ରକାଶ ପରିଡା, ସପନ କୁମାର ଦାସ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *