ଅପରାଧ

ହସ୍ପିଟାଲରେ ଧରାପଡ଼ିଲା ସ୍ୱାମୀର ଚୋରାପୀରତି

ନୂଆଦିଲ୍ଲୀ: ଜଣେ ସ୍ବାମୀ ପାଇଁ ଦୁଇଜଣ ସ୍ତ୍ରୀଙ୍କ ଝଗଡ଼ାର ଏକ ଭିଡିଓ ଭାଇରାଲ ହେଉଛି। ନାଳନ୍ଦା ଜିଲ୍ଲାରେ ଦୁଇଟି ବିବାହ କରିଥିବା ପ୍ରେମଜିତ ସାବଙ୍କୁ ମହଙ୍ଗା ପଡ଼ିଛି। ଦୁଇଟି ବିବାହ କରିବା ଆଶାରେ ବିହାରର ସରିଫ ସଦର ହସ୍ପିଟାଲ ନିକଟରେ ପ୍ରେମଜିତ ସାବଙ୍କୁ ଅପମାନର ଶିକାର ହେବାକୁ ପଡ଼ିଛି।

ଶନିବାର ବିହାରର ସରିଫ ସଦର ହସ୍ପିଟାଲରେ ଦ୍ବିତୀୟ ସ୍ତ୍ରୀଙ୍କ ଗର୍ଭ ପରୀକ୍ଷା କରିବାକୁ ଆସିଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ହାତରେ ସ୍ବାମୀ ଧରାପଡ଼ି ଯାଇଥିଲେ। ଏହି ଘଟଣା ପରେ ଏକ ଘଣ୍ଟା ଧରି ହସ୍ପିଟାଲ ବାହାରେ ହାଏ ଭୋଲ‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

ତେବେ ସ୍ଥାନୀୟଲୋକ ପରସ୍ପରକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତିନିଜଣଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଛି। ଦୁଇଜଣ ସ୍ତ୍ରୀ ସ୍ବାମୀ ପ୍ରେମଜିତ ସହିତ ରହିବାକୁ ଜିଦ ଧରିଛନ୍ତି।

ପ୍ରେମଜିତଙ୍କ ପ୍ରଥମ ସ୍ତ୍ରୀ ଦାବି କରିଛନ୍ତି କି ତାଙ୍କର ବିବାହ ୧୦ବର୍ଷ ପୂର୍ବେ ହୋଇଥିଲା। ଆଉ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି। ଏହି ଘଟଣାକୁ ନେଇ ‌ପ୍ରେମଜିତ କହନ୍ତି, ‘ମୋର ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ଭଲ ନଥିଲା। ସେ ଘରେ ସବୁବେଳେ ଅଶାନ୍ତି କରୁଥିଲେ। ତେଣୁ ମୁଁ ତାଙ୍କ ସହିତ ରହିବାକୁ ଚାହେଁ ନାହିଁ। ତେଣୁ ମୁଁ ଦ୍ବିତୀୟ ବିବାହ କରିଛି। ହଁ ସତ ଏକଥା କିନ୍ତୁ ପ୍ରଥମ ସ୍ତ୍ରୀ ଜାଣି ନଥି‌ଲେ। ’

Leave a Reply

Your email address will not be published. Required fields are marked *