ଅପରାଧ

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ : ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି।
ସୂଚନାମୁତାବକ, ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବିଭାଗର ଅନେକ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ ହୋଇଛି। କାର୍ଯ୍ୟାଳୟର କର୍ମଚାରୀ ବିହାର ଇସଲାମପୁର ଅଞ୍ଚଳର ମହମଦ୍‌ କୁରବାନ ଅଫିସର ତଳ କୋଠରୀକୁ ଶୋଇବାକୁ ଯାଉଥିଲେ । ତେବେ ପୂର୍ବରୁ ଉକ୍ତ ବିଭାଗର କାର୍ଯ୍ୟ କରୁଥିବା ଠିକାଦାରଙ୍କ ଗାଡ଼ିର ଡ୍ରାଇଭର ତିହିଡ଼ି ଥାନା ଅନ୍ତର୍ଗତ ଅଶୋକ ମହାରାଜ ଅଫିସର ଉପର ମହଲାକୁ ଯାଇଥିଲେ। ସେହି ସମୟରେ ପ୍ରାୟ ୬ ରୁ ୭ ଜଣ ମୁଖାପିନ୍ଧା ଯୁବକ ପ୍ରଥମେ କର୍ମଚାରୀ ଏମ୍‌ଡି କୁରବାନକୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ, ଗୋଡ ବାନ୍ଧି ଥିଲେ। ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । ବିଳମ୍ବିତ ରାତିରେ ରେଳବାଇ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଫିସ ଖୋଲା ଥିବା ଦେଖି ଭିତରକୁ ଯାଇ ୨ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତରଖାନାକୁ ନେଇଥିଲେ। ଖବର ପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲକ୍ଷ୍ମୀ ନାରାୟଣ ସିଂଙ୍କ ଏତଲା କ୍ରମେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଆଣି ଅଧିକ ଖାନ ତଲାସ କରିଛି । ତେବେ ସମ୍ପୃକ୍ତ ଦୁର୍ବୃତ୍ତ ୭ଲକ୍ଷ ଟଙ୍କାର ସାମଗ୍ରୀ ନେଇଯାଇଥିବା ରେଳାଇ ଥାନା ଭାରପ୍ରାପ୍ତ ଅଧିକାରୀ, ଆର୍‌ ଶଙ୍କର ରାଓ ସୂଚନା ଦେଇଛନ୍ତି।

One thought on “ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

  • Piece of writing writing iis aso a excitement, if you bbe familkar with after thqt yyou can write orr elsee it is difficult to write.

    Reply

Leave a Reply

Your email address will not be published. Required fields are marked *