ଅପରାଧ

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

ତିହିଡି : ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ପଣ୍ତା ପୋଖରୀ ଛକରେ ବୁଧବାର ସକାଳେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଜଳଧର ମଳିକ (୫୮) ଏବଂ ତାଙ୍କ ଘର ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ ଡାଙ୍ଗମାଳ ଗ୍ରାମରେ। ଜଳଧର ସାଇକେଲ ଯୋଗେ ଶ୍ୱଶୁର ଘର ନୂଆସାହି ଗାଁକୁ ଯାଉଥିଲେ। ଗଦି ବଜାରରୁ ତିହିଡି ଅଭିମୁଖେ ଯାଉଥିବା ବାଇକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ଜଳଧରଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଇକ ଆରୋହୀ ସାମନ୍ତରାୟପୁର ଗ୍ରାମର ବିଶ୍ୱମ୍ବର ସାହୁ ମଧ୍ୟ ଗୁରୁତର ଅହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *