ଦେଶ- ବିଦେଶ

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ହୃଦଘାତରେ ପରଲୋକ ଘଟିଛି। ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ପରିବାର ନିକଟ ସୂତ୍ରରୁ ସୂଚନା ମିଳିଛି। ପୁଣେରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *