ରାଜ୍ୟ

ରେଳଦୁର୍ଘଟଣାରେ ଆହତ ମାନଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର


ନିମାପଡ଼ା: ୟୁଥ ଓଡିଶା ଫାଉଣ୍ଡେସନ, ଦୁର୍ଗା କ୍ଲବ, ଅସ୍ତରଙ୍ଗ, ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ, ଜିଉଁନ୍ତି ର ମିଳିତ ଆୟୋଜନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ଆହାତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ନିଜର ମାନବିକତାର ପରିଚୟ ଦେଇ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଅନେକ ଯୁବକ, ଯୁବତୀ, ମହିଳା ରକ୍ତଦାନ‌ କରିବାକୁ ଲମ୍ବା ଧାଡି ଲଗାଇଥିଲେ ।ଶିବିରରେ ୟୁଥ ଓଡିଶା ଫାଉଣ୍ଡେସନର ମୁଖ୍ୟ ପିଙ୍କନ ପରିଡା, ଦୁର୍ଗା କ୍ଲବ ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ, ସମ୍ପାଦକ ରବୀନ୍ଦ୍ର ପରିଡା, ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ର ସମ୍ପାଦକ ଆଦିତ୍ୟ ରାଉତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଯୁଗଳ କିଶୋର ମହାନ୍ତି, ପ୍ରକାଶ ବେହେରା, ସତ୍ୟବ୍ରତ ଲେଙ୍କା, ସମାଜସେବୀ ଦୁଷ୍ମନ୍ତ ପରିଡା, ପୃଥ୍ୱୀରାଜ ନାୟକ, ବିନୋଦ ସେଠୀ, ପବିତ୍ର ମହାନ୍ତି, ମଙ୍ଗରାଜ ଓଝା, ରୋଜାଲିନ ମଲ୍ଲ, ସଖିଲତା ନାୟକ, ପ୍ରଦେଶ ପ୍ରଧାନ, ସିଦ୍ଧାନ୍ତ ନାୟକ, ମହାଦେବ କ୍ଲବ ଅସ୍ତରଙ୍ଗର କର୍ମକର୍ତ୍ତା, ଏବିଭିପି, ଅସ୍ତରଙ୍ଗ ଶାଖାର କର୍ମକର୍ତ୍ତା ପ୍ରମୁଖ ରକ୍ତଦାନ କରିବା ସହିତ ସେଠାରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଶିବିର ରେ ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।କେନ୍ଦ୍ରାପଡ଼ା ରେଡକ୍ରସ ଭବନର ଡାକ୍ତର ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ।ଅନୁଷ୍ଠାନ ମାନଙ୍କର ଏହି ମହତ କାର୍ଯ୍ୟ ପାଇଁ ସାଧାରଣରେ ସମସ୍ତ ଙ୍କୁ ପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *