ସାହିତ୍ୟ

ଆନ୍ତଃରାଜ୍ଯସ୍ତରୀୟ କବି ସମ୍ମିଳନୀ


ନିମାପଡ଼ା: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣଦାସପୁର ପଞ୍ଚାୟତ ଚଷାପଡ଼ା ଗ୍ରାମ ର ମାନାରାୟଣୀ ଙ୍କ ପୀଠ ପରିସର ରେମାତୃକୃପା ସାହିତ୍ୟ ସଂସଦ ଓ ଆର ଆଣ୍ଡ ଆର ଚ୍ୟାନେଲ ର ମିଳିତ ଆୟୋଜନରେ ଏକ ଆନ୍ତଃ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ କୁମାର ବାହିନୀପତି,
ସମ୍ମାନୀତ ଅତିଥି ଭାବେ ସମୀର କୁମାର ଭୂୟାଁ, କବୟିତ୍ରୀ ମାନସୀ ବେହୁରା, ସତ୍ୟପ୍ରକାଶ କର ପ୍ରମୁଖ ଯୋଗଦାନ କରି ଓଡ଼ିଆ ସଂସ୍କୃତି ଓ ସାହିତ୍ୟ କୁ କବି ଓ କବୟିତ୍ରୀ ମାନେବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ
ଆହ୍ବାନ ଦେଇଥିଲେ। କବି ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ସଂଯୋଜନା ରେ
ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୪୦ ଜଣ କବି ଓ କବୟିତ୍ରୀ ସେମାନଙ୍କର ସ୍ୱ ରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନ ର ସମ୍ପାଦିକା
କଳ୍ପନା ବିଶ୍ବାଳ ସଂପାଦକୀୟ ପାଠକରିଥିବାବେଳେ ସଭାପତି ଧର୍ମାନନ୍ଦ ପତି, ଉପ ସଭାପତି ଚକ୍ରଧର ମହାପାତ୍ର ଓ ଲୋକନାଥ ବାରିକ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ୪ ଜଣ କୁନି ନୃତ୍ୟ ଶିଳ୍ପୀ ଓଡ଼ିଶୀ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ବିଭିନ୍ନ ସ୍ତର ରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସର ରେ ଆମ ପ୍ରତିନିଧି ସନ୍ତୋଷ ଦାଶ ଙ୍କୁ ଅତିଥି ମାନେ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ମାତ୍ରୁକୃପା ଶ୍ରେଷ୍ଠ ସାମ୍ୱାଦିକ ସମ୍ମାନ ୨୦୨୩ ରେ ସମ୍ମାନୀତ କରିଥିଲେ।

Leave a Reply

Your email address will not be published. Required fields are marked *