ରାଜନୀତି

ଦେଶରେ ମର୍ମନ୍ତୁଦ, ଭୟାନକ”ଗଣତନ୍ତ୍ର ଦୁର୍ଘଟଣା” ଘଟି ଚାଲିଛି : ଆଇ.ସି.ପି


ଭୁବନେଶ୍ୱର : ଓଡ଼ିଶା ସମେତ ସମଗ୍ର ଇଣ୍ଡିଆରେ ବାହାନଗା ରେଳ ଦୁର୍ଘଟଣା ଭଳି ମର୍ମନ୍ତୁଦ, ଭୟାନକ ଏବଂ ହୃଦୟ ବିଦାରକ।”ଗଣତନ୍ତ୍ର ଦୁର୍ଘଟଣା” ଘଟି ଚାଲିଛି ଏବଂ ପ୍ରତି ମୁହୂର୍ତ୍ତରେ ଲୋକ ପ୍ରତିନିଧିମାନେ ଗଣତନ୍ତ୍ର ଦୁର୍ଘଟଣା ରେ ଛଟପଟ ହେଉଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଇଣ୍ଡିଆର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ମନ କି ବାତ୍” ଏକ ଏକଛତ୍ରବାଦୀ ଏବଂ ମନମୁଖୀ ଶାସନ ପଦ୍ଧତିର ଆର୍ବିଭାବ ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କ କାର୍ଯ୍ୟ ପଦ୍ଧତି ମଧ୍ୟ ଓଡ଼ିଶାରେ ଏକଛତ୍ରବାଦୀ ମନମୁଖୀ ଏବଂ ଅଗଣତାନ୍ତ୍ରିକ ଶାସନର ଆବିର୍ଭାବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ସହକର୍ମୀ ସାଂସଦ ମାନଙ୍କ ପାଇଁ ପର୍ଲ୍ୟାମେଣ୍ଟ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ମୋଦି ଦିନରାତି ୨୪ ଘଣ୍ଟା ଇଣ୍ଡିଆର ବିକାଶ ପାଇଁ ପାର୍ଲ୍ୟାମେଣ୍ଟରେ କହିପାରିବେ ଏବଂ ପର୍ଲ୍ୟାମେଣ୍ଟରେ କହିପାରିବେ ଏବଂ ପର୍ଲ୍ୟାମେଣ୍ଟରେ ସର୍ବସାଧାରଣ ଙ୍କୁ ଉଦବୋଧନ ଦେଲେ ତାହା ଗଣତାନ୍ତ୍ରିକ ସ୍ଵୀକୃତି ପାଇଥାଆନ୍ତା ଏବଂ ତାଙ୍କର ସହକର୍ମୀ ସାଂସଦ ମାନେ ମଧ୍ୟ ସେମାନଙ୍କର ମନର କଥା କହିବାରେ ସୁଯୋଗ ପାଇ ଥାଆନ୍ତେ। ଇଣ୍ଡିଆରେ ଗଣତନ୍ତ୍ର ସୁଦୃଢ ଓ ସୁନ୍ଦର ହୋଇଥାଆନ୍ତା। ପ୍ରଧାନମନ୍ତ୍ରୀ ମୋଦି “ମନକୀ ବାତ୍”କହି ବେଆଇନ୍ ଭାବେ ନିଜର ପ୍ରଭାବ ଦେଶ ବାସୀଙ୍କ ଉପରେ ଲଦି ଦେଉଛନ୍ତି ଏବଂ ନିଜର ଚେହେରା ଉଜ୍ବଳ କରିବାକୁ ଚେଷ୍ଟା କରି ସାଂସଦ ମାନଂକୁ ଇଣ୍ଡିଆର ବିକାଶ କଥା କହିବାରୁ ବଞ୍ଚିତ କରିବା ଦୁର୍ଭାଗ୍ୟଜନକ ବୋଲି ଇଣ୍ଡିଆନ୍ ସିଟି ଜେନସ୍ ପାର୍ଟି ପକ୍ଷରୁ କୁହାଯାଇଛି। ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ
କନିଷ୍ଠ ଆଇ. ଏ. ଏସ୍ ଅଫିସର ଭିକେପାଣ୍ଡିଆନ ଙ୍କୁ ତାଙ୍କର ବରିଷ୍ଠ ପ୍ରଶାସନିକ ଅଫିସର ଏବଂ ଓଡ଼ିଶାର ସାଂସଦ ଓ ବିଧାୟକ ମାନଙ୍କ ଉପରେ ଲଦିଦେଇ ସେମାନଙ୍କର କ୍ଷମତା ଓ ମର୍ଯ୍ୟାଦା ହାନି କରୁଛନ୍ତି ଏବଂ ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ର ର ହତ୍ୟା କରୁଛନ୍ତି ଏବଂ ଓଡ଼ିଶା ବାସୀ ଏହାକୁ ପସନ୍ଦ କରୁନାହାନ୍ତି। ଇତିହାସ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସେକ୍ରେଟାରୀ ଭିକେ ପଣ୍ଡିଆନ ଙ୍କୁ କ୍ଷମା ଦେବନାହିଁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ୫ ଟି ସଚିବ ଯଦି ରାଜନୀତି କରି ଓଡ଼ିଶାର ଶାସନ ନିୟନ୍ତ୍ରଣ କରିବା ପାଇଁ ଆଗ୍ରହୀ ତେବେ ନିଜ ପଦର ଇସ୍ତଫା ଦେଇ ବିଜୁ ଜନତା ଦଳର ସଭାପତି ବନି ଯାଆନ୍ତୁ ବୋଲି ଶ୍ରୀ ରାଉତ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଭିକେ ପାଣ୍ଡିଆନ୍ ଓଡ଼ିଶା ରାଜକୋଷର
ମନମୁଖି ଖର୍ଚ୍ଚ, ଅପବ୍ୟୟ ଓ ଅଯଥା ଖର୍ଚ୍ଚ କରି ଦୁର୍ନୀତି ବଢାଇ ଚାଲିଛନ୍ତି ଏବଂ କୋଟି କୋଟି ଓଡ଼ିଶା ବାସୀଙ୍କୁ ସେମାନଙ୍କର ପ୍ରାପ୍ୟ ଅଧିକାର ଓ ମର୍ଯ୍ୟାଦା ରୁ ବଞ୍ଚିତ କରିଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି

Leave a Reply

Your email address will not be published. Required fields are marked *