ମୁଖ୍ୟ ଖବର

କାଶୀପୁର ,ପଦ୍ମପୁର, ବିଷମକଟକ ଏବଂ ଗୁଣୁପୁର ଗସ୍ତ କଲେ ଭିକେ ପାଣ୍ଡିଆନ୍‌

ରାୟଗଡା: ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର (୨୦୨୩ ଜୁନ୍‌ ୭ ତାରିଖ) ଠାରୁ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିତୀୟ ଦିନରେ ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ କାଶୀପୁର ବ୍ଲକ ପରେ ପଦ୍ମପୁର, ବିଷମକଟକ ଏବଂ ଗୁଣୁପୁର ବ୍ଲକର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ। ଏହି ବ୍ଲକଗୁଡିକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ୫-ଟି ସଚିବ ଶ୍ରୀ ପାଣ୍ଡିଆନ କାଶୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ ସମୀକ୍ଷା କରିଥିଲେ। ‌ଏଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସାରିବାକୁ ପରାମର୍ଶ ଦେଇଥିଲେ। ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛତୁ ମଞ୍ଜି ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ। କାଶୀପୁର ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ତୁରନ୍ତ ଯୁକ୍ତ ତିନି ମହାବିଦ୍ୟାଳୟରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।କାଶୀପୁର ଗସ୍ତ ପରେ ସଚିବ ବିଷମକଟକ ବ୍ଲକ ଗସ୍ତ କରି ଚାଟିକଣ।, ଆଦିମ ଜନଜାତି ଅଞ୍ଚଳ ଖଜୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।ଖଜୁରୀ ଇକୋ ଟୁରିଜିମ ପାର୍କକୁ ଆର୍ଟିଟେକ ମାଧ୍ୟମରେ ଡିପିଆର ପ୍ରସ୍ତୁତ କରି ଏକମାସ ମଧ୍ୟରେ ପ୍ରେରଣ କଲେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଅର୍ଥ ମଞ୍ଜୁର କରିବେ ବୋଲି କହିଥିଲେ। ସେହିପରି ଚାଟିକଣା ସ୍ଥିତ ଶିବ ମନ୍ଦିର ପରିଦର୍ଶନ କରି ଶିବ ମନ୍ଦିର ଓ ଜଳପ୍ରପାତର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ନିମନ୍ତେ ସେବାୟତ ଓ ଟ୍ରଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱୟଂ ସହାୟକ ଗୋଷ୍ଠୀ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ କିପରି ପାଇବେ ସେ ନେଇ ଘୋଷଣା କରିଥିଲେ। କୃଷି, ଶିକ୍ଷା ଓ କୃଷକ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପ ଘୋଷଣା କରିଥିଲେ।

ନୂଆ ବର୍ଷରୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସ୍ମାର୍ଟ କ୍ଲାସରେ ପାଠ ପଢ଼ିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଯେକୋୖଣସି ବିଦ୍ୟାଳୟ, ମହାବିଦ୍ୟାଳୟରେ ନାମ ଲେଖାଇ ପାରିବେ ବୋଲି କହିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ମହିଳାଙ୍କ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ଓ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସାମିଲ କରିବା ଓ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କିପରି ଉପକୃତ ହୋଇ ପାରିବେ ସେବିଷୟରେ ପ୍ରକାଶ କରିଥିଲେ। ଯେଉଁମାନେ ମଧୁବାବୁ ପେନସନ ପାଉଛନ୍ତି ସେମାନେ ଆଉ ବ୍ୟାଙ୍କକୁ ଯିବାକୁ ପଡିବନି, ପଞ୍ଚାୟତରେ ପେନସନ ପାଇବେ ବୋଲି ଘୋଷଣା କରିଥିଲେ।ବିଷମକଟକ ଠାରେ ନୀଳିଆବନ୍ଧ ପରିଦର୍ଶନ କରିଥିଲେ।ଏହାର ପୁନ୍ନରୁଦ୍ଧାର କାର୍ଯ୍ୟ କରାଯିବା ପାଇଁ ଜନସାଧାରଣ ଦାବି କରିଥିଲେ। ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଲେବେଲ ଫେଡେରେସନ, ଗ୍ରାମ ପଞ୍ଚାୟତ ଲେବେଲ ଫେଡେରେସନ ଏବଂ ଗୋଷ୍ଠୀ କେଡର ମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରତ୍ୟେକ ବିଏଲେଏଫକୁ ଗାଡି ଯୋଗାଇ ଦିଆଯିବ ବୋଲି କହିଥିଲେ। ଶତପ୍ରତିଶତ ପ୍ରତ୍ସାହନ କମ୍ୟୁନିଟି କେଡ଼େରକୁ ଦିଆଯିବ।

ପ୍ରତି ଘରକୁ ପାନୀୟ ଜଳ ଓ କୃଷି କ୍ଷେତ୍ରରର ଜମିକୁ ଜଳ ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ବିଜୁ ସଡ଼କ ଯୋଜନା ଆରମ୍ଭ ହୋଇଥିବା ପ୍ରକାଶକରିଥିଲେ। ବିଷମ କଟକ ଗସ୍ତ ସାରି ୫ଟି ସଚିବ ପଦ୍ମପୁର ବ୍ଲକ ଗସ୍ତ କରି ମରିଚଗୁଡାସ୍ଥିତ ଆଦିବାସୀ ସଉରା ଲିପି ମନ୍ଦିର ମତର ବନାମ ମନ୍ଦିର ପରିଦର୍ଶନ କରିଥିଲେ। ଏହାକୁ ଉନ୍ନତୀକରଣ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆସଯିବ ବୋଲି କହିଥିଲେ। ଆଦିବାସୀ ଭାଷା ସୁରକ୍ଷା ଓ ପ୍ରସାର ନିମନ୍ତେ ଶବର ସାଂସ୍କୃତିକ ସଂଘ ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକ ଶୁଣି ଖୁସି ବ୍ୟକ୍ତ କରିଥିଲେ। ମନ୍ଦିର ଉନ୍ନତୀକରଣ ନିମନ୍ତେ ପଦ୍ଧକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଖିଲାମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ କୃଷକ ଓ ଜନସାଧାରଣ ଅଭିଯୋଗ ଶୁଣାଣିରେ ଅଂଶ ଗ୍ରହଣ କରି ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଜାଗ ଥିବା ଓ କୃଷିଜାତ ସାମଗ୍ରୀ ବିପଣନ ନିମନ୍ତେ ବଜାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି କହିଛନ୍ତି। ପ୍ରତିଟି ଚାଷ ଜମିକୁ କେନାଲ ପାଣି ଯୋଗାଇବା ଓ ଜଳସେଚନ ସୁଦୃଡ଼ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ ବୋଲି କହିଥିଲେ।

ଏହାପରେ ଗୁଣପୁର ଗସ୍ତ କରି ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତି କରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ।ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ।ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫ଟି ଅଧୀନରେ ଥିବା ପ୍ରକାଶ କରିଥିଲେ।ସେଫଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ। ସେଫାଳି ପାହାଡ଼ ରାସ୍ତା ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦ କୋଟି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ। ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ୫-ଟି ସଚିବଙ୍କ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର, ଭିନୀଲ କୃଷ୍ଣା, ରାୟଗଡ ଜିଲ୍ଲାପାଳ ସ୍ୱାଧା ଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *