ଅପରାଧ

ସ୍ପଷ୍ଟଦିବାଲୋକରେ ଆକ୍ରମଣ, ଦୁଇଜଣ ଯୁବକ ଗୁରୁତର


ବାଣପୁର :- ଆଜି ଅପରାହ୍ନରେ ବାଣପୁର ପଲଟଣ ପଡିଆ ନିକଟରେ ସ୍ପଷ୍ଟ ଦିବାଲୋକରେ କିଛି ଦୁର୍ବୁର୍ତ୍ତ ଦୁଇଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି l ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ରାଜେଶ ପ୍ରଧାନ ପିତା ପୂର୍ଣ୍ଣଚନ୍ଦ୍ର, ରାଜେନ୍ଦ୍ର ସାହୁ ପିତା ଲଷ୍ମୀଧରଙ୍କୁ ଦୁର୍ବୁତ୍ତ ମାନେ ସ୍ପଷ୍ଟ ଦିବାଲୋକରେ ଛୁରା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି l ଦୁର୍ବୁତ୍ତ ମାନେ ଉଭୟଙ୍କର ପଛପଟୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ପ୍ରକାଶ l ଆକ୍ରମଣ କାରୀମାନେ ରାଜେଶ ପ୍ରଧାନ ଓ ରାଜେନ୍ଦ୍ର ସାହୁଙ୍କୁ ଆକ୍ରମଣ କରିବାରେ ଜଣଙ୍କର ପିଚାରେ ଗଭୀର କ୍ଷତ ହେବା ସହ ଅନ୍ୟ ଜଣଙ୍କର ପିଠିରେ କ୍ଷତ ହୋଇଛି l ସଙ୍ଗେ ସଙ୍ଗେ ସେମାନଙ୍କୁ ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେମାନଙ୍କର ଅବସ୍ଥା ସଙ୍କଟା ପର୍ଣ୍ଣ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି l ତେବେ ଜନ ଗହଳି ଥିବା ବଜାର ଅଞ୍ଚଳରେ ଏପରି ଘଟଣାକୁ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି l ଖବର ଲେଖା ହେଲା ବେଳକୁ ଥାନାରେ କୌଣସି ଏତଲା ଦାୟର ହୋଇନଥିବା ଆଇଆଇସି ଜୟପ୍ରକାଶ ପରିଡା ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *