ରାଜ୍ୟ

ନନ୍ଦିଘୋଷ ରଥ ପାଇଁ କାଠପଟା ଦାନ କଲେ ଧର୍ମପରାୟଣ ପରିବାର


ନିମାପଡ଼ା: ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀ ବଡ଼ଦାଣ୍ଡ ରଥଖଳା ରେ ଜୋର ସୋର ରେ ଆଗେଇ ଚାଲିଛି ତିନି ରଥ କାମ। ନନ୍ଦିଘୋଷ ରଥ ପାଇଁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ର ଧର୍ମପରାୟଣ
ବ୍ୟକ୍ତି ଶ୍ୟାମ ସୁନ୍ଦର ସାହୁ ଓ ଗୌରାଙ୍ଗ ଚରଣ ସାହୁ ଙ୍କ ପରିବାର ପକ୍ଷରୁ ୨୦ ସିପ୍ଟ ନିମ୍ବ ଓ ୧୩୦ ସିପ୍ଟ
ଚାକୁଣ୍ଡା କାଠ ପଟା ଶ୍ରୀ ମନ୍ଦିର ପ୍ରଶାସନ କୁ ଦାନ କରାଯାଇଛି।
କାଠ ପଟା ସବୁ କୁ ଏକ ଗାଡି ରେ
ଲଦି ପୂଜା କରି ଶଙ୍ଖ ବଜାଇ, ହୁଳହୁଳି ପକାଇ ଶ୍ରୀ ସାହୁ ଙ୍କ ପରିବାର ପକ୍ଷରୁ ଶ୍ରୀ କ୍ଷେତ୍ର ପଠାଯାଇଥିଲା। ନନ୍ଦିଘୋଷ ରଥ ନିର୍ମାଣ ରେ ତାଙ୍କ ପ୍ରଦତ୍ତ କାଠ ଲାଗିଲେ ସେହି ରଥ ଉପରେ ମହାପ୍ରଭୂ କାଳିଆ ସାଆନ୍ତ ବସି ଜନ୍ମ ବେଦୀ କୁ ଗଲେ ତାଙ୍କ ମନସ୍କାମନା
ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି ଶ୍ରୀ ସାହୁ।

Leave a Reply

Your email address will not be published. Required fields are marked *