ଦେଶ- ବିଦେଶ

ଚେନ୍ନାଇରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଚେନ୍ନାଇ : ବାହାନଗା ରେଳ ଦୁର୍ଘଟଣା ସମଗ୍ର ଦେଶରେ ଚର୍ଚ୍ଚାରେ ଥିବାବେଳେ ରେଳ ବିଭାଗର ଦୁର୍ଯୋଗ ଶେଷ ହେଉନାହିଁ । ଶୁକ୍ରବାର ରାତି ସାଢେ ୨ଟା ସମୟରେ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସର ଦୁଇଟି ଚକ ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ଟ୍ରେନଟି ବିଜୟୱାଡ଼ାରୁ ଆସୁଥିଲା। ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରେ ଯାତ୍ରୀଙ୍କୁ ଛାଡ଼ିବା ପରେ ଟ୍ରେନକୁ ବେସିନ୍ ବ୍ରିଜ୍ ୟାର୍ଡକୁ ନିଆଯାଉଥିଲା । ଏହି ସମୟରେ ଦୁଇଟି ଚକ ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ, କାରଣ ସେତେବେଳେ ଟ୍ରେନରେ କେହି ଯାତ୍ରୀ ନଥିଲେ । ଦୁର୍ଘଟଣାର କାରଣ ସମ୍ପର୍କରେ ରେଳବାଇ ପୁଲିସ ତଦନ୍ତ ଚଳାଇଛି ।

ଏହି ଘଟଣା ସମ୍ପର୍କରେ ସଦର୍ଣ୍ଣ ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ସାଢେ ୨ଟା ସମୟରେ ଟ୍ରେନଟି ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରେ ଯାତ୍ରୀଙ୍କୁ ଛାଡ଼ି ମରାମତି ପାଇଁ ବେସିନ ବ୍ରିଜ୍ ୟାର୍ଡକୁ ଯାଉଥିଲା । ଏହି ସମୟରେ ତାହାର ଦୁଇଟି ଚକ ଲାଇନଚ୍ୟୁତ ହୋଇଥିଲା । ବେସିନ ବ୍ରିଜ ରେଳ ଓ୍ବାର୍କସପର ରେଳ କର୍ମଚାରୀମାନେ ପ୍ରାୟ ଏକ ଘଣ୍ଟା ପରେ ଟ୍ରେନକୁ ପୁଣି ଟ୍ରାକ ଉପରେ ରଖିବା ସହ ତାହାର ଆବଶ୍ୟକ ମରାମତି କରିଥିଲେ ।

ସୂଚନାଯୋଗ୍ୟ ଯେ ଜୁନ ୨ରେ ହୋଇଥିବା ବାହାନଗା ରେଳ ଦୁର୍ଘଟଣା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଧାରଣଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

One thought on “ଚେନ୍ନାଇରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଲାଇନଚ୍ୟୁତ

  • Sushanta Kumar Das

    So sad. May be, maintenance job of railway inventories are a concerning factor.

    Reply

Leave a Reply

Your email address will not be published. Required fields are marked *