ଖେଳ

ଅନୁଷ୍କା ହୀରାକୁ ଛୁଇଁଲେ ତାହା କୋଇଲା ହୋଇଯିବ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆଠାରୁ ୨୦୯ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ବିଜୟୀ ହୋଇ ଟ୍ରଫି ହାସଲ କରିଛି ଅଷ୍ଟ୍ରେଲିଆ। ଭାରତ ପାଇଁ ବିରାଟ କୋହଲି ପ୍ରଥମ ଇନିଂସରେ ୧୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୪୯ ରନ୍ କରି ଆଉଟ ହୋଇଯାଇଥିଲେ। ଏହି ସମୟରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଉପସ୍ଥିତ ଥିବାରୁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ଟିମ୍ ଇଣ୍ଡିଆର ପରାଜୟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନୁଷ୍କାଙ୍କୁ ଟ୍ରୋଲ କରୁଛନ୍ତି। ଅନୁଷ୍କାଙ୍କୁ ଅଶୁଭ କହିବା ସହ ତାଙ୍କ ପାଇଁ ବିରାଟ ଭଲ ରନ କରିପାରିଲେ ନାହିଁ ବୋଲି କହିବା ଆରମ୍ଭ କରିଛନ୍ତି।

ରବିବାର ମ୍ୟାଚର ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ୪୯ରନ୍ ସ୍କୋର କରିବା ପରେ କୋହଲି ଆଉଟ ହୋଇଥିଲେ। ସେ ୭୮ବଲରେ ୭ଟି ଚଉକା ମାରିଥିବା ଦେଖାଯାଇଥିଲା। କୋହଲି ଆଉଟ ହେବା ପରେ ଅନୁଷ୍କା ନିରାଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅନୁଷ୍କା ନିରାଶ ହେବାର ଫଟୋ ଏବେ ଭାଇରାଲ ହେଉଥିବା ବେଳେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିବାରୁ କ୍ରିକେଟ ପ୍ରେମୀ ଅନୁଷ୍କାଙ୍କୁ ଟାର୍ଗେଟ କରିଛନ୍ତି।

ଟ୍ବିଟରରେ ଅନୁଷ୍କାଙ୍କ ଫଟୋ ‌ସେୟାର କରି ଅନୁଷ୍କା, ବିରାଟଙ୍କ ପାଇଁ ଅଶୁଭ। ଅନୁଷ୍କାଙ୍କ ପାଇଁ ବିରାଟ ଆଉଟ ହୋଇଗଲେ ବୋଲି କହିଛନ୍ତି ଲୋକେ।

Leave a Reply

Your email address will not be published. Required fields are marked *