ରାଜନୀତି

ଭାଜପା ଭୟଭୀତ ହୋଇଛି: ସଞ୍ଜୟ ରାଉତ

ମୁମ୍ବାଇ, : ଶିବସେନା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା) ତାଙ୍କ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭୟ କରୁଛି, ଯାହା ଏକ ଭଲ କଥା। ସଞ୍ଜୟ ରାଉତ କହିଛନ୍ତି ଉଦ୍ଧବଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ଭାଜପା ଆତ୍ମଚିନ୍ତନ କରିବା ଉଚିତ। ସେ ଦାବି କରିଛନ୍ତି ଭାଜପା ଏବେ ନିଜ ଜାଲରେ ପଡ଼ିଛି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ସଞ୍ଜୟ ଏଭଳି କହିଛନ୍ତି। ଭାଜପା ଶିବସେନାକୁ ବିଭାଜିତ କରିଥିଲା। ଦେଶଦ୍ରୋହୀଙ୍କୁ ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନ ଦେଇଛନ୍ତି। ଉଦ୍ଧବ ଠାକରେ ଏବଂ ପ୍ରକୃତ ଶିବସେନା ପ୍ରତି ଏବେ ବି ଭାଜପା ମନରେ ଭୟ ରହିଛି, ଏହା ଯାଇନାହିଁ ।

ଅମିତ ଶାହା ୨୦ ମିନିଟର ଭାଷଣ ଦେଇଥିଲେ। ସେଥିମଧ୍ୟରୁ ସେ ଉଦ୍ଧବଙ୍କ ଉପରେ ସାତ ମିନିଟ କହିଥିଲେ। ତାଙ୍କ ଭାଷଣ ହାସ୍ୟାସ୍ପଦ ଥିଲା। ମୁଁ ଭାବୁଛି ନାନ୍ଦେଡରେ ତାଙ୍କର ରାଲିଭାଜପାର ଜନସମ୍ପର୍କ ଅଭିଯାନର ଏକ ଅଂଶ ଅବା ଉଦ୍ଧବଙ୍କୁ ସମାଲୋଚନା କରିବାର ପ୍ରୟାସ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାନ୍ଦେଡ ରାଲିର ଗୋଟିଏ ଦିନ ପରେ ସଞ୍ଜୟ ଏହି ବିବୃତ୍ତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *