ମୁଖ୍ୟ ଖବର

ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି

ରାଞ୍ଚି : ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ରାଞ୍ଚିର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମଙ୍କୁ ଇଡି ଗିରଫ କରିଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ହେଲେ ବୀରେନ୍ଦ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଇଡିକୁ ଅନୁମତି ଦେଇଛନ୍ତି।

ଚଢାଉ ବେଳେ ଇଡି ବୀରେନ୍ଦ୍ରଙ୍କଠାରୁ ୧୨୫କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ଇଡି ଅଧିକାରୀ ତାଙ୍କ ଘରୁ ନଗଦ ୪୦ଲକ୍ଷ ଟଙ୍କା ଓ ପ୍ରାୟ ଦେଢ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଥିବା ଜଣାପଡିଛି। ଏପରିକି ବୀରେନ୍ଦ୍ର ବ୍ୟବହାର କରୁଥିବା ବିଳାସପୂର୍ଣ୍ଣ ଗାଡ଼ିକୁ ମଧ୍ୟ ଇଡି ଜବତ କରିଛି। ଅନ୍ୟପଟେ ବୀରେନ୍ଦ୍ର ଏବଂ ପରିବାର ଲୋକଙ୍କ ନାମରେ ବିଭିନ୍ନ ସ୍ଥାନରେ ଘର ଏବଂ ପ୍ଲଟ ରହିଥିବା ଜଣାପଡିଛି।

ସୂଚନା ମୁତାବକ, ବୀରେନ୍ଦ୍ରଙ୍କ ୨କୋଟି ୭୦ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ରହିଛି। ଏପରିକି ଇଡି ଅଧିକାରୀ ଝାଡ଼ଖଣ୍ଡ, ବିହାର, ଦିଲ୍ଲୀ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି।

Leave a Reply

Your email address will not be published. Required fields are marked *