ରାଜନୀତି

ଡାକ୍ତର ଓ ନର୍ସ ମାନଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ୍ କାର୍ଯ୍ୟକାରୀ ହେବ: ଆଇ. ସି.ପି


ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି) ସରକାର ଗଢିଲେ ତା ୧-୬-୨୦୨୪ ରିଖ ଠାରୁ ସାରା ଓଡ଼ିଶାର ସମସ୍ତ ପୁରୁଷ ଡାକ୍ତର, ମହିଳା ଡ଼ାକ୍ତର, ଡାକ୍ତରୀ ଛାତ୍ର, ଛାତ୍ରୀ, ପୁରୁଷ ନର୍ସ, ମହିଳା ନର୍ସ, ନର୍ସିଂ ଛାତ୍ର, ଛାତ୍ରୀ, ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ କର୍ମଚାରୀ , ମାନଙ୍କର
ଧନ ଜୀବନ, ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ୍ ପ୍ରଣୟନ ହେବ। ଏହି ସ୍ଵତନ୍ତ୍ର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବାସୀଙ୍କ ସହଯୋଗ ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଶହ ଶହ କର୍ମୀ ସାରା ଓଡ଼ିଶାରେ ପଦଯାତ୍ରା ଓ ରାଲି କରିବେ। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର ଧନ ଜୀବନ ଓ ମର୍ଯ୍ୟାଦା ଗ୍ୟାରେଣ୍ଟି ପାଇଁ ଏହି ସାରା ଓଡ଼ିଶା ପଦଯାତ୍ରା ଓ ରାଲିରେ ଯୋଗ ଦେବାକୁ ଏବଂ ସାହାଯ୍ୟ, ସହଯୋଗ ଓ ସଫଳ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି(ଆଇ.ସି.ପି) ପକ୍ଷରୁ ଓଡ଼ିଶା ବାସୀଙ୍କୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *