ଅପରାଧ

ଜବରଦଖଲକାରୀଙ୍କ ଠାରୁ ଗୋଚର ଜମି ଉଛେଦ କଲା ପ୍ରଶାସନ

ବାଲୁଗାଁ:-ଚିଲିକା ତହସିଲି ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତ ସାନ୍ତସିଂହାପୁର ମୌଜାରେ ୧୭ ଏକର ବେଆଇନି ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘବର୍ଷ ଧରି ଅକ୍ତିଆର କରି ଚାଷବାସ କରିବା ସହ ଜନସାଧାରଣଙ୍କୁ ଯାତାୟାତ ବନ୍ଦ କରିଦେଇଥିଲେ।ଉକ୍ତ ଜାଗା ଗାଈ ଗୋରୁଙ୍କ ଚରାଭୁଇଁ ଥିବାବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ସେହି ଜାଗାକୁ ଅକ୍ତିଆର କରି ନିଜ କବଜାରେ ରଖିଥିଲେ।ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଉକ୍ତ ବେଆଇନି ଜାଗାକୁ ଉଚ୍ଛେଦ କରିବା ପାଇଁ ଚିଲିକା ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ମାନେ ବାରମ୍ବାର ସୂଚିତ କରିଥିଲେ ସୁଦ୍ଧା ନିରାଶ ହୋଇଥିଲେ।ମାତ୍ର ଚିଲିକା ତହସିଲିଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆଜି ୧୭ ଏକର ଯାଗା ରହିଥିବା ବେଳେ ୭ ଏକର ଯାଗା ସମ୍ପୂର୍ଣ୍ଣ ଭାବେ ଉଛେଦ କରାଯାଇଛି।ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ବାଲୁଗାଁ ଆରଆଇ ନିକୁଞ୍ଜ ପ୍ରଧାନ, ବାଲୁଗାଁ ପୋଲିସ ଓ ବାଣପୁର ଥାନା ଅଧିକାରୀ ସହଯୋଗ କରିଥିଲେ।ଏଥିସହିତ ଗ୍ରାମର ବୁଦ୍ଧିଜୀବୀ, ଆଙ୍କୁଲା ସରପଞ୍ଚଙ୍କ ପ୍ରତିନିଧି,ସମିତିସଭ୍ୟଙ୍କ ପ୍ରତିନିଧି,ଜିଲ୍ଲା ପରିଷଦ ପ୍ରତିନିଧି ତଥା ଚିଲିକା ବିଧାୟକଙ୍କ ପ୍ରତିନିଧି ଉତ୍ପଳ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *