ରାଜ୍ୟ

ନିଆଁ ଲାଗି ଜଳିଗଲା ଘର

ବାଣପୁର : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ବୋରିଆ ସାହି ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି l ଉକ୍ତ ଗ୍ରାମର ନୀଳକଣ୍ଠ ବେହେରାଙ୍କ ଚାଳ ଘରେ ନିଆଁ ଲାଗିଯାଇଛି l ଫଳରେ ଏକ ବଖରା ଘର ଏବଂ ବହୁ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି l ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି l ତେବେ ଏହା ବିଦ୍ୟୁତ ସଟସର୍କିଟ ଲାଗି ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି l ନୀଳକଣ୍ଠ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *