ମୁଖ୍ୟ ଖବର

୨.୩ ଲକ୍ଷ କୋଟିର ବଜେଟ୍ : ସ୍ବାସ୍ଥ୍ୟ, ଶିକ୍ଷା ଓ ମିଶନ ଶକ୍ତି ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ଥିଲା ।

ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ରାଜସ୍ବ ୫୩ ହଜାର କୋଟି ଟଙ୍କା ଓ ଅଣ-ଟିକସ ରାଜସ୍ବ ୫୨,୫୦୦ କୋଟି ଟଙ୍କା ରହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ହିସାବରେ ରାଜ୍ୟ ସରକାର ୪୬,୨୫୧ କୋଟି ଟଙ୍କା ମିଳିବାକୁ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ୩୨,୭୪୯ କୋଟି ଟଙ୍କା ରହିଛି ।

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ ୨୭ ପ୍ରତିଶତ ବୃଦ୍ଧି ପାଇ ୧୬,୦୪୮ କୋଟି ଟଙ୍କାରେ ପହଞ୍ଚିଛି । ପାଇପ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ ୫୮ ପ୍ରତିଶତ ବୃଦ୍ଧି ପାଇ ୧୩,୨୧୫ କୋଟି ଟଙ୍କାରେ ପହଞ୍ଚିଛି ।

କୃଷି ଓ ସଂପର୍କିତ କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା, ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି ଟଙ୍କା, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି ଟଙ୍କା ଓ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ପାଇଁ  ୬୨୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ବିପର୍ଯ୍ୟୟ ପରିଚାଳନା  ପାଇଁ  ୩୭୦୦ କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶ  ପାଇଁ ୩୦,୦୩୦ କୋଟି ଟଙ୍କା, ଅନୁସୂଚୀତ ଜାତି ବିକାଶ ପାଇଂ ୩୮୪୩୭ କୋଟି ଟଙ୍କା  ଓ ପର୍ଯ୍ୟଟନ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *