ରାଜ୍ୟ

ଏକ ବର୍ଷରେ ପାଦ ଥାପିଲା ଗରୁଡ଼

ବାଲୁଗାଁ : ଚିଲିକା ହ୍ରଦରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ‘ଗରୁଡ଼’ କୁ ବର୍ଷେ ପୂରଣ ହେବାକୁ ଯାଉଛି । ଯାହାକି ଗତ ବର୍ଷ ଜୁନ ୯ ତାରିଖରେ ବଡ଼କୁଳ ପାନ୍ଥନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲରେ ଉଦଘାଟନ କରିଥିଲେ।ସୂଚନା ମୁତାବକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଚିଲିକା ହ୍ରଦରେ ବିକାଶ ଇକୋ ରିସୋର୍ଟସ ନୂତନ ପ୍ରୟାସରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା ଆରମ୍ଭ ହୋଇଥିବା ବେଳେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି।ସୂଚନା ଥାଉକି ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି।ଦୁଇ ମହଲା ବିଶିଷ୍ଟ ବୋଟ‌ରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୫୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ। ସେହିପରି ଉକ୍ତ ବୋଟରେ ତଳ ମହଲାରେ ୪ଟି ପ୍ରିମୀୟମ କୋଠରୀ ଥିବା ବେଳେ ଉପର ମହଲରେ ୨ଟି ସୁଇଟ କୋଠରୀ ରହିଛି ଯାହାକି ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ।ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।
ପ୍ରିମୀୟମ କୋଠରୀର ସର୍ବାଧିକ ମୂଲ୍ୟ ୧୮୦୦୦/- ଟଙ୍କା ଓ ସୁଇଟ କୋଠରୀର ସର୍ବାଧିକ ମୂଲ୍ୟ ୨୫୦୦୦/- ଟଙ୍କା ରହିଥିବା ବେଳେ ବିଭିନ୍ନ ସମୟରେ ଏଥିରେ ରିହାତି ମଧ୍ୟ ରହୁଛି ।ଯାତ୍ରୀମାନଙ୍କ ପାଇଁ ଜଳଖିଆ,ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାରେ ଚା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଥିବା ବେଳେ ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।
ବେଳାଭୂମିରେ ସନ‌ବାଥ‌,ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା,ଚଢେଇ ଗୁହା,ମା’ କାଳିଜାଇ ପୀଠ,ନୌସେନା ପାଶ୍ୱବର୍ତୀ,ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ ସହିତ ଚିଲିକାରେ ବିଶେଷ ସମୟ କଟାଇବାର ମଜା ମଧ୍ୟ ନେଇପାରିବେ ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି।‌ଏଥିସହିତ ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।ହାଉସ ବୋଟ ଗରୁଡ଼ରେ ୨୪ ଘଣ୍ଟିଆ ମଜା ନେବା ପାଇଁ www.vikashecoresorts.com ୱେବସାଇଟରୁ ଅନଲାଇନ ବୁକିଂ ଅଥବା ସିଧାସଳଖ ହାଉସ ବୋଟଠାରେ ବୁକିଂ କରିବାକୁ ପଡ଼ିବ ବୋଲି ବିକାଶ ଇକୋ ରିସର୍ଟ ସଂସ୍ଥା ପକ୍ଷରୁ କୁହାଯାଇଛି।ଏହି ବୋଟରେ ବିଗତ ବର୍ଷେ ମଧ୍ୟରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ,ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର,ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ହାଉସ ବୋଟରେ ଯାତ୍ରା କରିସାରିଥିବା ବେଳେ ବର୍ଷ ତମାମ ଏହି ବୋଟରେ ଅନେକ ଦେଶ ବିଦେଶରୁ ପର୍ଯ୍ୟଟକ ଆସି ଏହାର ଭରପୁର ମଜା ନେଇଥିବା ବିକାଶ ଇକୋ ରିସୋର୍ଟସ କର୍ମଚାରୀ ମାନଙ୍କ ପକ୍ଷରୁ କୁହାଯାଇଛି।ଆଗାମି ଦିନରେ ଯାତ୍ରୀମାନଙ୍କ ଆବଶ୍ୟକତା ତଥା ନୂତନ ଚିନ୍ତାଧାରା ଅନୁଯାୟୀ ସମସ୍ତ ଅତ୍ୟାଧୁନିକ ପ୍ରୟାସ ଜାରି ରଖିବାସହ ଆହୁରି ଅଧିକ ବୋଟ ଚିଲିକା ଜଳରାଶିରେ ଉପଲବ୍ଧି ନିମିତ୍ତ ବିକାଶ ଇକୋ ରିସୋର୍ଟସ ପକ୍ଷରୁ ପ୍ରୟାସ ଜାରି ରହିଥିବା ‘ବିକାଶ ଇକୋ ରିସୋର୍ଟସ’ ର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ନିର୍ଦ୍ଦେଶକ ଗୌତମ ଅଗ୍ରୱାଲଙ୍କ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *