ଅପରାଧ

କରେଣ୍ଟ ଲାଗି ଜଣେ ମୃତ,

ବଡ଼ବିଲ,(ମଳୟ ସାମଲ ) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚଡି ରୋଡ଼ ବାକଲ ହଟିଂରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ଆଉ ଜଣେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଲାଲ ବିରୁଆ ଓ ଆହତ ଜଣକ ହେଲେ ଲାଲଙ୍କ ପୁଅ କ୍ରିଷ୍ଣା।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଲୁଗା ଶୁଖାଇବା ତାରରୁ କପଡା ଆଣିବା ବେଳେ ହଠାତ ସେହି ତାରରେ କରେଣ୍ଟ ଚାର୍ଜ ହୋଇଯାଇଥିଲା। ପୁଅ କ୍ରିଷ୍ଣା କପଡା ଆଣିବାବେଳେ ତାଙ୍କୁ କରେଣ୍ଟ ଲାଗିଲା। ଏହା ଜାଣିପାରି ଲାଲ କ୍ରିଷ୍ଣାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପୁଅକୁ ବଞ୍ଚାଇଥିବାବେଳେ ନିଜେ କରେଣ୍ଟ ଲାଗି ମୃତ୍ୟୁ ମୁଖରେ ପଡିଥିବା ଜଣାପଡିଛି। ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବାବେଳେ ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି। ତେବେ ରିପୋର୍ଟ ଲେଖାହେବା ଯାଏଁ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *