ମୁଖ୍ୟ ଖବର

ରାଜ୍ୟର ଋଣ ପରିମାଣ ୯୭ ହଜାର କୋଟି ଟଙ୍କା ଛୁଇଁପାରେ

ଭୁବନେଶ୍ବର: ୨୦୨୩ ଜାନୁଆରି ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୮୭ ହଜାର ୬୨୬ କୋଟି ରହିଛି। ଯାହାକି ରାଜ୍ୟ ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ର ୧୧.୫୭ ପ୍ରତିଶତ ହେବ। ମାର୍ଚ୍ଚ ସୁଦ୍ଧା ଋଣ ପରିମାଣ ୯୭ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ଯାହାକି ଜିଏସ୍‌ଡିପିର ୧୨.୬୭ ପ୍ରତିଶତ। ୨୦୨୩-୨୪ରେ ଗ୍ରସ ଲୋନ ୩୪ ହଜାର ୬୩୦ କୋଟି ହେବ ବୋଲି ଆକଳନ କରାଯାଉଛି ଏବଂ ୧୫ ହାଜର କୋଟି ଋଣ ଫେରସ୍ତ ହେବ। ଚଳିତବର୍ଷ ଋଣ ପରିମାଣ ମୋଟ୍ ୧ ଲକ୍ଷ ୧୨ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି। ୨୦୨୨-୨୩ରେ ଖୋଲା ମାର୍କେଟରୁ କିଛି ଋଣ ଆଣି ନାହାନ୍ତି ସରକାର।ସୂଚନାଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ହଜାର ୪୧୦ କୋଟି ଥିବା ବେଳେ ଏ ମଧ୍ୟରୁ ୬,୩୪୭ କୋଟି ବୈଦେଶିକ ଋଣ ରହିଥିଲା। ସେହିପରି ୧୫, ୬୨୩ କୋଟି ଟଙ୍କା ନାବାର୍ଡରୁ ଋଣ କରାଯାଇଥିବା ବେଳେ ୫୩, ୩୮୫ କୋଟି ଟଙ୍କା ଆଭ୍ୟନ୍ତରୀଣ ସୂତ୍ରରୁ ଋଣ କରିଥିଲେ ସରକାର।

Leave a Reply

Your email address will not be published. Required fields are marked *