ଅପରାଧ

ପୋଖରୀରେ ବୁଡି ନାବାଳକ ମୃତ

ବାଲୁଗାଁ:-ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର(ଲୂଣୁପୁଟ)ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି।
ଖବର ମୁତାବକ ରଘୁନାଥପୁର ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ(୧୬) ନିଜ ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡି ଯାଇଥିଲେ।ଏହା ଦେଖି ନିକଟରେ ଗାଧୋଉଥିବା ଅନ୍ୟ ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ଜଣକ ଛାତ୍ର ଜୀବନରୁ ଜଣେ ମେଧାବୀ ଥିବା ବେଳେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଏ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ।ଅକସ୍ମାତ ମୃତ୍ୟୁ ଖବର ନେଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *