ରାଜ୍ୟ

ବଡ଼କୁଳ ପାନ୍ଥନିବାସରେ ରଜ ପର୍ବ ପାଳିତ

ବାଲୁଗାଁ : ଓଡ଼ିଶାର ଗଣପର୍ବ ରଜ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ପୁରପଲ୍ଲୀରେ ବହୁ ଆଡମ୍ବରରେ ପାଳିତ ହୋଇଆସୁଛି।ଏହିପରିପ୍ରେକ୍ଷୀରେ ରଜ ମାହୋଲରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି।ଉକ୍ତ ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଉଦଘାଟନ କରିଥିବା ବେଳେ ବହୁ ମାନ୍ୟଗଣ ବ୍ୟକ୍ତି,ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।ରଜ ଉପଲକ୍ଷେ ପର୍ଯ୍ୟଟକଙ୍କ ଭରପୁର ମନୋରଞ୍ଜନ ନିମିତ୍ତ ରଜ ଦୋଳି,ସେଲଫି ପଏଣ୍ଟ କରାଯିବାସହ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଓଟିଡିସି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।ଯାହାକି ରଜ ପର୍ବରେ ଭରପୁର ମଜା ନେବାପାଇଁ ସ୍ଥାନୀୟ ବାସିନ୍ଦା ସମେତ ପର୍ଯ୍ୟଟକ ମାନଙ୍କ ସମାଗମ ଦେଖିବାକୁ ମିଳିଛି।ପାଗ ମୁଖ୍ୟତଃ କୋହଲା ରହିଥିବା ବେଳେ ଗୁଳୁଗୁଳି ହେତୁ ଦିନ ସମୟରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ବେଳେ ଅପରାହ୍ଣରେ ଖଚାଖଚ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।ଏସମ୍ବନ୍ଧରେ ପାନ୍ଥନିବାସ କର୍ତ୍ୟୁପକ୍ଷ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ପର୍ଯ୍ୟଟକଙ୍କୁ ରଜର ମଜା ନେବାପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ଧୁମଧାମରେ ପାଳନ କରାଯାଇଛି।ଏଥିସହିତ ଏହି କାର୍ଯ୍ୟକ୍ରମ ଦୀର୍ଘ ତିନି ଦିନ ଧରି ଚାଲୁ ରହିବାସହ ବିଭିନ୍ନ କିଶମର ପିଠା,ମିଠା ପ୍ରସ୍ତୁତି ସହିତ ରଜ ପାନର ମଜା ସମସ୍ତ ପର୍ଯ୍ୟଟକ ମାନେ ନେଇ ପାରିବେ ବୋଲି ଶ୍ରୀ କର କହିଛନ୍ତି।

Leave a Reply

Your email address will not be published. Required fields are marked *