ମୁଖ୍ୟ ଖବର

ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ, : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କୁ କୁମ୍ଭୀର ଟାଣିନେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଉଛନ୍ତି ଅଶୋକ ଅଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ (୧୦)। ଆଶୁତୋଷଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଆଶୁତୋଷ ଓ ତାଙ୍କ ମା’ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ହୋଇଥିବା ବାରିକେଟରେ ଗାଧୋଉଥିବା ସମୟରେ ଆଗରୁ ଛକି ରହିଥିବା ଏକ ବିରାଟ କୁମ୍ଭୀର ଆଶୁତୋଷଙ୍କୁ ଝାମ୍ପି ନେଇଥିଲା। ଏହା ଦେଖି ଆଶୁତୋଷଙ୍କ ମା’ ଚିତ୍କାର କରିଥିଲେ। ଚିତ୍କାର ଶୁଣି ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ଜଣାଇବା ସହିତ ୧୧୨ କଣ୍ଟ୍ରୋଲରକୁ ଫୋନ୍‌ କରିଥିଲେ। ପରେ ଏକ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିବା ପରେ ନଦୀର ଅପରପକ୍ଷରୁ ଆଶୁତୋଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପଟ୍ଟାମୁଣ୍ଡାଇ ଦମକଳ ବାହିନୀଙ୍କ ପାଖରେ ପାଓ୍ବାର ବୋଟ୍‌ ନ ଥିବାରୁ ଆଳି ଦମକଳ ବାହିନୀ ଆସି ନଦୀର ଆରପାଖରୁ ଆଶୁତୋଷଙ୍କୁ କୂଳକୁ ଆଣିଥିଲେ।

Leave a Reply

Your email address will not be published. Required fields are marked *