ରାଜ୍ୟ

ଶ୍ରାଦ୍ଧ ବାର୍ଷିକରେ ସମ୍ବର୍ଦ୍ଧନା ସଭା


ନିମାପଡ଼ା: ଆଜି ଥିଲା ସ୍ୱର୍ଗତ ପଣ୍ଡିତ ଶ୍ରୀନାଥ ବାହିନୀପତି ଙ୍କ ୯ମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସର ରେ ତାଙ୍କ ପରିବାର ପକ୍ଷରୁ ଭୁବନେଶ୍ୱର ଶିଶୁପାଳଗଡ ସ୍ଥିତ ଗଙ୍ଗୋତ୍ରୀନଗର ଠାରେ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ
ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା। ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବାହିନୀ ପତି ଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ସାପ୍ତାହିକ ସତ୍ୟ ଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ,ସାମ୍ୱାଦିକ ଓ ସ୍ତମ୍ଭକାର ସନ୍ତୋଷ ଦାଶ, ଲଳିତେନ୍ଦୁ ପଲାଉରୀ, କବି ହୃଦାନନ୍ଦ ସାସମଲ, ସୁନନ୍ଦା ରାଉତ, ତ୍ରିଲୋଚନ ବିଶ୍ବାଳ, ସୁବାସ ପ୍ରଧାନ ପ୍ରମୁଖ ଙ୍କୁ ବାହିନୀପତି ସ୍ମୃତି ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ
। ସ୍ୱର୍ଗତ ବାହିନୀପତି ଙ୍କ ପୁତ୍ର କୁମାର କବି ପ୍ରଶାନ୍ତ କୁମାର ବାହିନୀପତି, ବୋହୁ ବସନ୍ତ କୁମାରୀ ବାହିନୀପତି
ସ୍ୱର୍ଗତ ବାହିନୀପତି ଙ୍କ ସ୍ମୃତି ଚାରଣ କରିବା ସହିତ ଅତିଥି, ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ
ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *