ରାଜ୍ୟ

ପୁରୁଣା ବଜାର ସାହି ଦୀର୍ଘଦିନ ଧରି ଅନ୍ଧାର


ବାଣପୁର :- ବାଣପୁର ବିଜ୍ଞାପିତ ଅଞ୍ଚଳର ୮ ନମ୍ବର ୱାର୍ଡ ଦୀର୍ଘ ଦିନ ଧରି ଅନ୍ଧକାରରେ ରହିଥିବା ସ୍ଥାନୀୟ ୱାର୍ଡ ବାସି ଅଭିଯୋଗ କରିଛନ୍ତି l ତେବେ ଏହାପ୍ରତି ପ୍ରଶାସନ ତପ୍ତରତା ପ୍ରକାଶ ନ କରିବା ଦୁର୍ଭାଗ୍ୟ ଜନକ l ଏହି ୱାର୍ଡ ବାଣପୁର ବଜାର ସାହିର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ୱାର୍ଡରେ ମା ଭଗବତୀଙ୍କ ମନ୍ଦିର ଅବସ୍ଥିତ lଏଠାରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଅଛି l ସନ୍ଧ୍ୟା ହେଲେ ବଜାର ସାହି ଅନ୍ଧକାରମୟ ହୋଇ ରହୁଥିବା ଫଳରେ ଅସାମାଜିକ ବ୍ୟକ୍ତି ମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଉଛି l ୱାର୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟ ସବୁ ଅଚଳ ହୋଇଯାଇଛି l ତେବେ ଏ ନେଇ ସ୍ଥାନୀୟ କାଉନସିଲର ସସ୍ମିତା ପୃଷ୍ଟିଙ୍କୁ ପଚାରିବାରୁ ସେ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଉକ୍ତ ସମସ୍ୟା ବିଷୟରେ ଅଭିଯୋଗ କରିବାପରେ ମଧ୍ୟ ଏହାର ପ୍ରତିକାର ପାଇଁ ଏନଏସି କର୍ତ୍ତୃପକ୍ଷ ଗାଡି ନଥିବା ଦର୍ଶାଇ କୌଣସି ପଦକ୍ଷେପ ନେଉ ନାହାନ୍ତି l ତେବେ ୮ ନମ୍ବର ୱାର୍ଡ କାଉନସିଲର ବିରୋଧୀ ବିଜେପି ଦଳର ହୋଇଥିବାରୁ ତାଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି l ୱାର୍ଡବାସୀ କାଉନସିଲରଙ୍କୁ ତାତ୍ସଲ୍ୟ କରୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀମତୀ ପୃଷ୍ଟି l ତେବେ ଶାସକ ବିରୋଧୀ ଦଳ କଳିରେ ସାଧାରଣ ନାଗରିକ ମାନେ ହଇରାଣ ହେଉଥିବା ବେଳେ ତୁରନ୍ତ ଉକ୍ତ ୱାର୍ଡର ଷ୍ଟ୍ରିଟ ଲାଇଟ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *