ରାଜ୍ୟ

ଦୋଳିରେ ଝୁଲିଲେ ମନ୍ତ୍ରୀ ସାଂସଦ


ନିମାପଡ଼ା :ପୁରୀ ଜିଲ୍ଲା କୋଣାର୍କ ର ସ୍ବେଛାସେବୀ ସଂଗଠନ ଅର୍କଶ୍ରୀ ପକ୍ଷରୁ ମା ଭଗବତୀ ପୀଠରେ ୨୪ ତମ କୋଣାର୍କ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅର୍କଶ୍ରୀ ର ସମ୍ପାଦକ ରମେଶ ସ୍ୱାଇଁ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବକୁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଜଗତସିଂପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ,କୋଣାର୍କ ଏ ନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ,ଜବାହର ନବୋଦୟ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ କର ପ୍ରମୁଖ ଯୋଗ ଦେଇ ଓଡ଼ିଶାର ପ୍ରାଚୀନ ସଂସ୍କୃତି ର ସ୍ମୃତି ବହନ କରୁଥିବା ରଜପର୍ବ ସମ୍ପର୍କରେ ଆଲୋକପାତ କରିଥିଲେ ।ପୀଠ ପରିସରରେ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା ।କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ ରାଉତ ,ରାମକୃଷ୍ଣ ମହାନ୍ତି ,ଗନ୍ଧର୍ବ ସେନାପତି ଓ ସୁରେଶ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଅବସର ରେ ସାଂସଦ ଶ୍ରୀ ମତୀ ମଲ୍ଲିକ ଓ ମନ୍ତ୍ରୀ ଶ୍ରୀ ବେହେରା ଏକତ୍ର ଗୋଟିଏ ଦୋଳି ରେ ରଜ ଦୋଳି ଖେଳିଥିଲେ। ଯାହା ଚର୍ଚ୍ଚା ର ବିଷୟ ପାଲଟିଥିଲା।

Leave a Reply

Your email address will not be published. Required fields are marked *