ମୁଖ୍ୟ ଖବର

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୫ ସ୍ପେଶାଲ ଟ୍ରେନ୍‌


ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି। ୦୮୯୦୭ ପାରାଦୀପ-ପୁରୀ ସ୍ପେଶାଲ, ୦୮୦୧୯ ଅନୁଗୋଳ-ପୁରୀ ସ୍ପେଶାଲ, ୦୮୦୪୧ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୩୩ ଖୋର୍ଦ୍ଧାରୋଡ୍‌-ପୁରୀ ସ୍ପେଶାଲ, ୦୮୦୫୧ ନୂଆଗାଁ ରୋଡ୍‌-ପୁରୀ ସ୍ପେଶାଲ, ୦୮୦୨୧ ଅନୁଗୋଳ-ପୁରୀ ସ୍ପେଶାଲ, ୦୮୦୪୩ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୨୩ ବ୍ରହ୍ମପୁର-ପୁରୀ ସ୍ପେଶାଲ, ୦୮୯୦୯ ପାରାଦୀପ-ପୁରୀ ସ୍ପେଶାଲ, ୦୮୫୪୯ ପଲାସା-ପୁରୀ ସ୍ପେଶାଲ, ୦୮୦୪୫ କେନ୍ଦୁଝରଗଡ଼-ପୁରୀ ସ୍ପେଶାଲ, ୦୮୦୨୯ ଗୁଣୁପୁର-ପୁରୀ ସ୍ପେଶାଲ, ୦୮୯୧୧ ଯାଜପୁର କେନ୍ଦୁଝର ରୋଡ୍‌-ପୁରୀ ସ୍ପେଶାଲ, ୦୮୦୨୫ ବ୍ରହ୍ମପୁର-ପୁରୀ ସ୍ପେଶାଲ ଓ ୦୮୦୩୭ ଖୋର୍ଦ୍ଧାରୋଡ୍‌-ପୁରୀ ସ୍ପେଶାଲ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥାନରୁ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ରେଲ୍‌ୱେ ଗେଷ୍ଟହାଉସ୍‌ର ମଧ୍ୟ ବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *