ମୁଖ୍ୟ ଖବର

୨୧ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ। ଏନେଇ ଶୁକ୍ରବାର ରାଜ୍ୟ ସରକାର ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଉଚ୍ଚ ତାପମାତ୍ରା ସହ ଗ୍ରୀଷ୍ମ ପ୍ରବାହ କାରଣରୁ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଖରାଛୁଟି ଦିଆଯାଇଥିଲା। ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ ମେ ୫ରୁ ଜୁନ୍‌ ୧୭ ଯାଏ ଖରାଛୁଟି ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୨୧ରୁ ଆଗୁଆ ଖରାଛୁଟି ଘୋଷଣା କରିଥିଲେ। ଆସନ୍ତା ୧୮ ତାରିଖ ରବିବାର ହୋଇଥିବାବେଳେ ୧୯ ତାରିଖ ସୋମବାରକୁ ବାଦ୍‌ଦେଲେ ୨୦ ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ୨୧ରୁ ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବପରି ଜାରି ରହିଲେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦିଆଯାଇଛି।

One thought on “୨୧ରେ ଖୋଲିବ ସ୍କୁଲ

  • Sushanta Kumar Das

    Bhala decision Sarkaar nka. Hele laguni 21 June re taapmaan ghatibo!
    Jai Jagannatha

    Reply

Leave a Reply

Your email address will not be published. Required fields are marked *