ମନୋରଞ୍ଜନ

ଫେରୁଛନ୍ତି କରିସ୍ମା

ମୁମ୍ବାଇ: ବଲିଉଡରେ ୯୦ ଦଶକର ଜଣେ ଆଗଧାଡିର ନାୟିକା ଥିଲେ କରିସ୍ମା କପୁର । ପ୍ରାୟତଃ ବିବାହ ପରେ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ଏବେ ପୁଣିଥରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ । ଖୁବଶୀଘ୍ର କରିସ୍ମା ୱେବ ସିରିଜ ‘ବ୍ରାଉନ’ ସହ ଅଭିନୟ ଦୁନିଆକୁ ଫେରିବାକୁ ଯାଉଛନ୍ତି । ଏଥିରେ କରିସ୍ମା ରିତା ବ୍ରାଉନ ଭୂମିକାରେ ନଜର ଆସିବେ ଯେ କି ଜଣେ ପୋଲିସ ଅଫିସର । କରିସ୍ମା ତାଙ୍କ କ୍ୟାରେକ୍ଟରକୁ ନେଇ ବହୁତ କିଛି କଥା ହୋଇଛନ୍ତି । ରିତା ବ୍ରାଉନଙ୍କ ଚରିତ୍ର ଗ୍ଲାମର ଓ ଚକାଚୌକରୁ ଦୂରରେ । ଏହା ଏକ ଥ୍ରୀଲର ସିରିଜ ହୋଇଥିବା ବେଳେ କରିସ୍ମା ଏହାକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଅଭିକ ବରୁଆଙ୍କ ବ୍ରାଉନ ୱେବ ସିରିଜ ୨୦୧୬ରେ ଆସିଥିବା ବୁକ ‘ସିଟି ଅଫ୍ ଡେଥ‘ଉପରେ ବେସଡ ବୋଲି କୁହାଯାଉଛି । ଏହି ସିରିଜକୁ ଅଭିନୟ ଦେବ ନିର୍ଦ୍ଦେଶନା ଦେଇଛନ୍ତି । ସିରିଜ ବ୍ରାଉନରେ କରିସ୍ମା କପୁର, ହେଲେନ, ସୋମି ରାଜଦାନ, ସୂର୍ଯ୍ୟା ଶର୍ମା ଓ କେକେ ରୈନାଙ୍କ ଭଳି କଳାକାର ନଜର ଆସିବେ ।
ଅଭିନୟ ଦୁନିଆକୁ ପୁଣିଥରେ ପେରିଥିବା କରିସ୍ମା ରିତା ବ୍ରାଉନ ରୋଲକୁ ନେଇ କୁହନ୍ତି, ମୁଁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛି ସତ । ହେଲେ ରିତା ବ୍ରାଉନ ମୋ ପାଇଁ ଏକ ଭିନ୍ନ ଚରିତ୍ର । ଏଥିପାଇଁ ମୁଁ ଖୁବ୍ ଏକ୍ସାଇଟେଡ ଅଛି । ଚରିତ୍ରଟି ଗ୍ଲାମରଠାରୁ ଦୂରରେ ଥିବାରୁ ମୋତେ ଅଧିକ ପସନ୍ଦ ଆସିଛି । ତେବେ ଏହି ଚରିତ୍ରରେ ଅଭିନୟ କରିବାକୁ କରିସ୍ମା ଖୁବ୍ ମେହନତ କରିଛନ୍ତି । ବିନା ମେକଅପରେ ସେ ଥକା ଦେଖାଯିବାର ଅଭିନୟ ବି କରିଛନ୍ତି । ଏହି ଚରିତ୍ରରେ ଅଭିନୟ କରିବାକୁ ସେ ବଙ୍ଗାଳି ଶିଖିବା ସହ ସିଗାରେଟ ରୋଲ କରିବା ବି ଶିଖିଯାଇଛନ୍ତି ।

Leave a Reply

Your email address will not be published. Required fields are marked *