ରାଜ୍ୟ

ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ରଜ ଉତ୍ସବ


ନିମାପଡ଼ା: ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ବନ୍ଦେଶ୍ୱର ଗ୍ରାମ ସ୍ଥିତ ପ୍ରଭୁ ଶ୍ରୀ ଗୁରୁଦେବ ଙ୍କ ପୀଠ ଠାରେ ଚାରିଛକ ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ରଜ ଉତ୍ସବ ପାଳନ ହୋଇଥିଲା। ଏହି ଅବସର ରେ ସାହିତ୍ୟ ଆସର, କବିତା ପାଠୋତ୍ସବ, ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ନିରୋଦ
କୁମାର ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସଂସଦ ର ସଭାପତି ଗୋପୀନାଥ କର ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଶିକ୍ଷାବିତ ଡ଼ଃ.ନାରାୟଣ ମିଶ୍ର
, ରବୀନ୍ଦ୍ର ନାଥ ଦାଶ,ଡ଼ଃ. ପ୍ରଭାତ ଚନ୍ଦ୍ର ମିଶ୍ର, ଡ଼ଃ. ଅରୁଣ କୁମାର ସ୍ଵାଇଁ,
କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ପ୍ରମୁଖ ଯୋଗଦାନ କରି ରଜ ପର୍ବ ପାଳନ ସଂପର୍କ ରେ ଆଲୋକପାତ କରିବା ସହିତ ଓଡ଼ିଆଭାଷା,ସଂସ୍କୃତି, ସାହିତ୍ୟ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସଂସଦ ର ସମ୍ପାଦକ ଡ଼ଃ . ସନ୍ତୋଷ ମିତ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଞ୍ଚଳ ରୁ ଆସିଥିବା କବି ଓ କବୟିତ୍ରୀ ମାନେ ସ୍ୱ ସ୍ୱ ରଚିତ କବିତା ପାଠ କରିଥିଲେ। ଶେଷରେ ସ୍ଥାନୀୟ ଅଞ୍ଚଳ ର ମ୍ୟାଟ୍ରିକ ଓ+୨ପରୀକ୍ଷା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଅର୍ଥରାଶି
ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଶେଷରେ କୈଳାସ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *