ମନୋରଞ୍ଜନ

‘ଆଦିପୁରୁଷ’ ବିରୋଧରେ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ଓମ୍ ରାଉତଙ୍କ ସିନେମା ଆଦିପୁରୁଷ ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି। ରାମାୟଣକୁ ଏଥିରେ ପରିହାସ କରାଯାଇଛି। ଏଭଳି ଅଭିଯୋଗ ଆଣି ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି। ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଏବଂ ହନୁମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆପତ୍ତିଜନକ ଦୃଶ୍ୟ ଠିକ୍ ନୁହେଁ। ମହର୍ଷି ବାଲ୍ମିକୀଙ୍କ ଦ୍ବାରା ରାମାୟଣ ରଚନା ହୋଇଥିବାବେଳେ ସନ୍ଥ ତୁଳସୀ ଦାସଙ୍କ ଦ୍ବାରା ରାମଚରିତ ମାନସ ରଚନା ହୋଇଛି। କିନ୍ତୁ ସିନେମାରେ ‌ଚରିତ୍ରଗୁଡ଼ିକୁ ଯେଭଳି ପ୍ରଦର୍ଶିତ କରାଯାଇଛି ତାହା ରାମାୟଣ ଏବଂ ରାମଚରିତ ମାନସରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଛି। ସୈଫ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ତାଙ୍କର ଦାଢ଼ି ଥିବା ଦୃଶ୍ୟ ଉପରେ ଆପତ୍ତି ଉଠାଯାଇଛି। ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଖରାପ ଦେଖାଯାଉଛି। ହିନ୍ଦୁ ବ୍ରାହ୍ମଣ ରାବଣଙ୍କ ଏଭଳି ଚିତ୍ରଣ ହିନ୍ଦୁ ସଭ୍ୟତା ପ୍ରତି ଅପମାନ। ରାବଣଙ୍କୁ ନେଇ ପ୍ରସ୍ତୁତ ଦୃଶ୍ୟଗୁଡ଼ିକରେ ତଥ୍ୟକୁ ବିକୃତ କରାଯାଇଛି ବୋଲି ଆବେଦନରେ କୁହାଯାଇଛି।

Leave a Reply

Your email address will not be published. Required fields are marked *