ମୁଖ୍ୟ ଖବର

ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀ ମୃତ

ବାରିପଦା : ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍‌ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛ। ମୃତ ଫରେଷ୍ଟର ଜଣକ ଉପର ବାରହାକାମୁଡା ରେଞ୍ଜର କର୍ମଚାରୀ ମାଥି ହାଁସଦା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧ ମାସ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ଘଟଣା।
ସୂଚନା ଅନୁଯାୟୀ, ୬ ଜଣ ବନକର୍ମଚାରୀ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗାମୁଛାଚରଣ ଫରେଷ୍ଟ ବିଟ୍‌ ଅଞ୍ଚଳ ନିକଟରେ ବନ କର୍ମଚାରୀଙ୍କ ସହିତ ମୁହାଁମୁହିଁ ହୋଇ ଯାଇଥିଲେ। ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଶିକାରୀଙ୍କ ଗୋଟିଏ ଗୁଳି ଫରେଷ୍ଟର ମାଥି ହାଁସଦାଙ୍କ ଛାତିରେ ବାଜିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ସାଥୀ ବନ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଶିକାରୀମାନେ ବ୍ୟବହାର କରିଥିବା ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୧ ମାସ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ଶିକାରୀଙ୍କ ଗୁଳିରେ ବିମଳ ଜେନା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *