ରାଜ୍ୟ

ବିଷ୍ଣୁପୁର ଠାରେ ରଜଉତ୍ସବ ଅନୁଷ୍ଠିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ର ବିଷ୍ଣୁପୁର ଠାରେ ୬ଷ୍ଠ ବାର୍ଷିକ ତିନି ଦିନିଆ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ସବ କୁ ଉଦଘାଟନ କରିଥିଲେ। ଏହି ତିନି ଦିନିଆ ରଜ ଉତ୍ସବ ରେ ଦୋଳି ଗୀତ, କାନ୍ଦଣା, ପୁଚି ଖେଳ, ପିଠା ପ୍ରସ୍ତୁତି,ଝୋଟି ଚିତା ପକାଇବା, ରଜ ସୁନ୍ଦରୀ ପ୍ରତିଯୋଗୀତା ସହିତ କବି ସମ୍ମିଳନୀ,କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଶେଷ ସଂନ୍ଧ୍ୟାରେ ବିଭିନ୍ନ ପ୍ରତିଭା ଓ କୃତୀ ମହିଳା, ଯୁବତୀ, କବି, ବ୍ୟକ୍ତି ବିଶେଷ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ରଜ ଉତ୍ସବ କମିଟି ସଭାପତି ସୀମାନ୍ତ ଶେଖର ରଥ ଓ ସମ୍ପାଦକ ରବୀନ୍ଦ୍ର ନାୟକ ରଜ ଉତ୍ସବ କୁ ପରିଚାଳନା କରିଥିବା ବେଳେ ଶେଷ ସନ୍ଧ୍ୟା ରେ ଆୟୋଜିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବ କୁ ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *