ଧର୍ମ

ମା ବୁଢ଼ୀ ଠାକୁରାଣୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ବେଲପଡା ଗ୍ରାମସ୍ଥିତ ମା ବୁଢ଼ୀ ଠାକୁରାଣୀ ଙ୍କ ପୀଠରେ ଷଷ୍ଠ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ବ୍ୟାପି ଅନୁଷ୍ଠିତ ମହାଯଜ୍ଞ ରେ ଜାହାଙ୍ଗୀରପୁର ଗ୍ରାମର ବିଜୟ କୁମାର ସାହୁ କର୍ତ୍ତା ହୋଇଥିଲେ । ଏହି ଯଜ୍ଞରେ ଜାହାଙ୍ଗିରପୁର, ବାସୁଦେଇପୁର, ବେଲପଡା,ଚହଟା, ଭାଣପୁର,ସାନହୁଲି,କେଶରାଇପୁର,ତୁଳସୀପୁର ପ୍ରଭୁତି ଗ୍ରାମରୁ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ମା ବୁଢ଼ୀ ଠାକୁରାଣୀ ଟ୍ରଷ୍ଟ ର ସମସ୍ତ ସଭ୍ୟ ଓ ମନ୍ଦିର ର ମୁଖ୍ୟ ପୂଜକ ବଂଶୀଧର ମିଶ୍ରଙ୍କ ସମେତ ମା ଦୁଲ୍ଲାଦେଇ ଯୁବକ ସଂଘ ର ସମସ୍ତ ସଭ୍ୟ ତିନି ଦିନ ଧରି ସହଯୋଗ କରିଥିଲେ ।ଏହି ମହାଯଜ୍ଞ ରେ ୪୦ ଜଣ ପୁରୁଷ ଓ ମହିଳା ପବିତ୍ର ପ୍ରାଚୀ ନଦୀ ରୁ କଳସ ଉଠେଇ ଶୋଭାଯାତ୍ରା ରେ ଆସିଥିଲେ ।ଏହି ଯଜ୍ଞ ରଜଉତ୍ସବ ଅବସର ରେ ଅନୁଷ୍ଠିତ ହୋଇଥିବାରୁ ପୀଠରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *