ମୁଖ୍ୟ ଖବର

ସାରା ଓଡ଼ିଶାରେ ନିଆଁ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି ଯେ, ଆଜି ବୌଦ୍ଧରେ ସର୍ବାଧିକ ଦ୍ବିତୀୟ ତାପମାତ୍ରା ରେକର୍ଡ ହୋଇଛି। ବୌଦ୍ଧରେ ୪୫.୬ ପାରା ଛୁଇଁଥିବା ବେଳେ ସମ୍ବଲପୁରରେ ଏହା ୪୫.୪ ଓ ହୀରାକୁଦରେ ତାପମାତ୍ରା ୪୫.୧ ଡିଗ୍ରି ରହିଛି। ସେହିପରି ବଲାଙ୍ଗୀରରେ ୪୫, ଝାରସୁଗୁଡ଼ାରେ ୪୪.୮, ଅନୁଗୁଳରେ ୪୪.୭, ସୁନ୍ଦରଗଡ଼, ନୟାଗଡ଼ରେ ୪୪.୫, ବରଗଡ଼ରେ ୪୪.୪, ଭୁବନେଶ୍ବରରେ ୪୪.୩, ତାଳଚେରରେ ୪୪, ଢେଙ୍କାନାଳରେ ୪୩.୬, ଟିଟିଲାଗଡ଼, ଖୋର୍ଦ୍ଧାରେ ୪୩.୫, ରାଉରକେଲା, ନୂଆପଡ଼ାରେ ୪୩.୪, ଦେବଗଡ଼ରେ ୪୨.୫, ବାରିପଦା, ଜଗତସିଂହପୁରରେ ୪୨.୪, କଟକରେ ୪୨.୧ ଫୁଲବାଣୀରେ ୪୨, ଭବାନୀପାଟଣାରେ ୪୧.୮, କେନ୍ଦୁଝରରେ ୪୧.୪, ଭଦ୍ରକ, ବ୍ରହ୍ମପୁର, ରେ ୪୦.୫,  କେନ୍ଦ୍ରାପଡ଼ାରେ ୪୦.୨, ଯାଜପୁର ଏବଂ ଛତ୍ରପୁରରେ ୪୦ ଡିଗ୍ରି ରେକର୍ଡ ହୋଇଛି।ଓଡ଼ିଶାରେ ଗତ ୨ ଦିନ ହେଲା ତାତି ବିସ୍ଫୋରକ ରୂପ ନେଇଛି। ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ହଠାତ୍‌ ଗୁରୁବାର ତାହା ବଢ଼ି ୪୨.୪ ଡିଗ୍ରି ଓ ଆଜି ତାହା ଆହୁରି ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ଦିନ ତାପମାତ୍ରାଠାରୁ ୯.୭ ଡିଗ୍ରି ଅର୍ଥାତ ପ୍ରାୟ ୧୦ ଡିଗ୍ରି ଅଧିକ। ଏଭଳି ତାତି ଆଜି ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଶେଷ ରଜରେ ରଜ ମଉଜ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା।

Leave a Reply

Your email address will not be published. Required fields are marked *