ଦେଶ- ବିଦେଶ

ଚୀନ ବିରୋଧରେ ବ୍ରହ୍ମସ କ୍ଷେପଣାସ୍ତ୍ର ମୁତୟନ କରିବ ଫିଲିପାଇନ୍ସ

ନାଗପୁର : ଭାରତରୁ ବ୍ରହ୍ମସ ମିସାଇଲ ନେଇ ଫିଲପାଇନ୍ସ ଚୀନର ବିସ୍ତାରବାଦୀ ନୀତିର ମୁକାବିଲା କରିବ । ଚୀନ ବାରମ୍ବାର ଫିଲିପାଇନ୍ସର ଜଳସୀମାରେ ଅନୁପ୍ରବେଶ କରି ଆଧିପତ୍ୟ ବିସ୍ତାର କରୁଛି । ଏବେ ଚୀନକୁ ଶିକ୍ଷା ଦେବାକୁ ଭାରତଠାରୁ ବ୍ରହ୍ମସ କିଣିଛି ଫିଲିପାଇନ୍ସ ।

ଫିଲିପାଇନ୍ସ ଗତବର୍ଷ ଭାରତ ସହ ବ୍ରହ୍ମୋସ୍ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହା ମାଧ୍ୟମରେ ଫିଲିପାଇନ୍ସ ଭାରତରୁ ୩ଟି ବ୍ରହ୍ମସ ସିଷ୍ଟମ କିଣିବ । ନିକଟରେ ଫିଲିପାଇନ୍ସ ନୌସେନା ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ ହୋଇଛି ।  ଏହା ପରେ ଖୁବଶୀଘ୍ର ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥାର ଯୋଗାଣ ଆରମ୍ଭ ହେବ ଏବଂ ତା’ପରେ ଫିଲିପାଇନ୍ସ ଏହାର ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ଚୀନ୍ ବିରୋଧରେ ସେଗୁଡ଼ିକୁ ମୁତୟନ କରିବ।

ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପରିଚାଳନା ପାଇଁ ଫିଲିପାଇନ୍ସ ନୌସେନା ଅଧିକାରୀମାନେ ନାଗପୁରରେ ଏହି ପ୍ରଶିକ୍ଷଣ ନେଇଛନ୍ତି । ପ୍ରଶିକ୍ଷଣ ଶେଷ ହେବା ପରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ନିଜେ ଫିଲିପାଇନ୍ସ ନୌସେନାକୁ କ୍ଷେପଣାସ୍ତ୍ର ବ୍ୟାଜ୍ ପ୍ରଦାନ କରିଥିଲେ। ଫିଲିପାଇନ୍ସ ମେରିନ୍ କୋର୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି କ୍ଷେପଣାସ୍ତ୍ର ଟିମ୍ ଫିଲିପାଇନ୍ସ ମେରିନ୍ କୋରର କୋଷ୍ଟାଲ ଡିଫେନ୍ସ ରେଜିମେଣ୍ଟରେ ବ୍ରହ୍ମୋସକୁ ଅପରେଟ୍ କରିବ। ବ୍ରହ୍ମୋସ ବିଶ୍ୱର ସବୁଠାରୁ ବିପଜ୍ଜନକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଅନ୍ୟତମ । ଏହାର ରେଞ୍ଜ ୨୯୦ କିଲୋମିଟର ଅର୍ଥାତ୍ ଫିଲିପାଇନ୍ସର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ଯାହା ଉପକୂଳଠାରୁ ୨୦୦ ନଟିକାଲ ମାଇଲ ବା ୩୭୦ କିଲୋମିଟର ଠାରୁ ଅଧିକ ରହିଛି । ଏହା ଭିତରକୁ ଆସୁଥିବା ଯେକୌଣସି ଚୀନ୍ ଯୁଦ୍ଧ ଜାହାଜକୁ ସହଜରେ ଟାର୍ଗେଟ କରିପାରିବ।

Leave a Reply

Your email address will not be published. Required fields are marked *