ରାଜନୀତି

ବିକାଶ ମୂଳକ କାମ ଦେଖି ସାଂସଦ ଭୟଭିତ : ମିଶ୍ର

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଅପରାହ୍‌ଣରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀମୟୀ କହିଛନ୍ତି, ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବିକାଶମୂଳକ କାର୍ଯ୍ୟ କାହିଁକି ଅପରଜିତାଙ୍କୁ ପସନ୍ଦ ଆସୁନି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଯେବେଠାରୁ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେହିଦିନଠାରୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରିପାରିନାହାଁନ୍ତି। ଲୋକଙ୍କ ବିକାଶ ପାଇଁ କାମ କରିବା ହେଉଛି ଜଣେ ରାଜନୈତିକ ଲୋକଙ୍କ ମୁଖ୍ୟ ଏଜେଣ୍ଡା। ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା? କ୍ୟାପିଟାଲ ରିଙ୍ଗ୍ ରୋଡ୍, ମଡେଲ ରେଲୱେ ଷ୍ଟେସନ୍, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଯାଇଛି।

ସୂଚନାଯୋଗ୍ୟ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନାଁ ନନେଇ ଆଜି ରାଜ୍ୟ ସରକାରଙ୍କ ସଚିବଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି। ରୁଲ୍ ବୁକର ଉଲ୍ଲଙ୍ଘନ କରି ସଚିବ ଜନସଭା କରୁଛନ୍ତି। ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ଥ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି

Leave a Reply

Your email address will not be published. Required fields are marked *