ଦେଶ- ବିଦେଶ

ମମତାଙ୍କ ଗିରଫ ଦାବି କଲା ଭାଜପା

କୋଲକାତା, : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଭାଜପା ଦାବି କରିଛି। ଭାଜପା ନେତା ପ୍ରିୟଙ୍କା ତିବ୍ରେୱାଲ ଶନିବାର ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀଙ୍କୁ ହିଂସା ଘଟାଇବା ପାଇଁ ତୁରନ୍ତ ଗିରଫ କରାଯିବା ଉଚିତ୍‌। ଗତ ନିର୍ବାଚନ ସମୟରେ ଆମେ ମଧ୍ୟ ସମାନ ଘଟଣା ଦେଖିଥିଲୁ। ସେ ହିଂସା ସୃଷ୍ଟି କରିଥିଲେ ଏବଂ ଲୋକଙ୍କୁ ଉତ୍ସାହିତ କରିଥିଲେ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ ସମୟରେ ହୋଇଥିବା ନିର୍ବାଚନରେ ଅପବ୍ୟବହାର ତଥା ହିଂସାକୁ ଦେଶର ଗଣତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହି ଭାଜପା କହିଛି ଯେ, ଏସବୁ ସତ୍ତ୍ୱେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ମନୋଭାବ ଉଦାସୀନ ରହିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଦଳର ଜାତୀୟ ମୁଖପାତ୍ର ସୁଦ୍ଧାଂଶୁ ତ୍ରିବେଦୀ କହିଛନ୍ତି ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନନରେ ନାମାଙ୍କନ ବିଭ୍ରାଟ ତଥା ନିର୍ବାଚନ ହିଂସା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏବଂ ପୋଲିସ ପ୍ରଶାସନର ଆଚରଣ ଦେଶର ଗଣତାନ୍ତ୍ରିକ ତଥା ନିର୍ବାଚନ ଇତିହାସର ଏକ ଅନ୍ଧକାର ଅଧ୍ୟାୟ।ସେ କହିଛନ୍ତି,ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ହିଂସା ଘଟୁଛି ଏବଂ ଭାଜପାକର୍ମୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଉଛି। ଏସବୁ ସତ୍ତ୍ୱେ ରାଜ୍ୟ ନିର୍ବାଚନ ଆୟୋଗ ଏହି ଘଟଣା ପ୍ରତି ଉଦାସୀନ, ଯାହା ଅତ୍ୟନ୍ତ ଚିନ୍ତାଜନକ

Leave a Reply

Your email address will not be published. Required fields are marked *