ମୁଖ୍ୟ ଖବର

ଗୀତା ପ୍ରେସକୁ ମିଳିବ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ବର୍ଷର ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ଦୁନିଆର ସବୁଠୁ ବଡ ପ୍ରକାଶନ ସଂସ୍ଥା ଗୋରଖପୁରସ୍ଥିତ ଗୀତା ପ୍ରେସକୁ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ବିମର୍ଷ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଗୀତା ପ୍ରେସର ଭଲ ଅବଦାନ ଥିବାରୁ ଏହି ପୁରସ୍କାର ଉକ୍ତ ସଂସ୍ଥାକୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି।ସୂଚନାଯୋଗ୍ୟ ଯେ, ଗାନ୍ଧୀ ଶାନ୍ତି ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ୧୯୯୫ ମସିହାରୁ ପ୍ରଦାନ କରାଯାଇ ଆସୁଛି। ପୁରସ୍କାର ବାବଦ ୧ କୋଟି ଟଙ୍କା ସହ ଏକ ପ୍ରଶସ୍ତି ପତ୍ର ଦିଆଯାଉଛି। ପୂର୍ବରୁ ଇସ୍ରୋ, ରାମକୃଷ୍ଣ ମିଶନ, ବାଙ୍ଗଲାଦେଶର ଗ୍ରାମୀଣ ବ୍ୟାଙ୍କ, କନ୍ୟାକୁମାରୀର ବିବେକାନନ୍ଦ କେନ୍ଦ୍ର, ଅକ୍ଷୟ ପାତ୍ର ବେଙ୍ଗାଲୁର, ଭରତର ଏକଲ ଅଭିଯାନ ଟ୍ରଷ୍ଟ, ନୂଆଦିଲ୍ଲୀର ସୁଲଭ ଇଣ୍ଟରନ୍ୟାସନାଲ ଭଳି ଅନୁଷ୍ଠାନ ଏହି ପୁରସ୍କାର ହାସଲ କରିଛନ୍ତି। ସେହିପରି ଅନେକ ବ୍ୟକ୍ତିଙ୍କୁ ବି ଏହି ପୁରସ୍କାର ମିଳିଛି। ଗୀତା ପ୍ରେସ ୧୯୨୩ ମସିହାରେ ପ୍ରତିଷ୍ଠିତ ହୋଇଥିବାବେଳେ ପୃଥିବୀର ସବୁଠାରୁ ବଡ ପ୍ରକାଶନ ସଂସ୍ଥା ରୂପେ ପରିଚିତ ହୋଇଛି। ଗୀତା ପ୍ରେସ ଦ୍ବାରା ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ ପାଇଛି, ଯେଉଁଥିରେ ୧୬.୨୧ କୋଟି ଶ୍ରୀମଦ ଭାଗବତ ଗୀତା ଅନ୍ତର୍ଭୁକ୍ତ। ବିଜ୍ଞାପନ ଉପରେ ଭରସା ନକରି ଉକ୍ତ ସଂସ୍ଥା ଆଜି ପର୍ଯ୍ୟନ୍ତ ନିଜ କାର୍ଯ୍ୟ ଜାରି ରଖି ସମାଜର ମଙ୍ଗଳ କରି ଆସିଛି

Leave a Reply

Your email address will not be published. Required fields are marked *