ରାଜ୍ୟ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ସମୁଦ୍ରରେ ବୁଡ଼ିଲା ଟ୍ରଲର


ନିମାପଡ଼ା: ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଠାରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଅସ୍ତରଙ୍ଗ ୩ ନାମକ ଟ୍ରଲରର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଟ୍ରଲର ଟି ଦୁର୍ଘଟଣା ଘଟି ମଝି ସମୁଦ୍ର ରେ ବୁଡିଯାଇଛି । ଏହି ଟ୍ରଲରଟି ସମୁଦ୍ରରେ ମାଛ ମାରୁଥିବା ବେଳେ ବିଳମ୍ବିତ ରାତ୍ରୀରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲରରେ ପାଣି ପଶି ଯାଇଥିଲା । ଖବର ପାଇ ନିକଟରେ ମାଛମାରୁଥିବା ଅସ୍ତରଙ୍ଗ ଅଂଚଳର ଆଉ ଏକ ଟ୍ରଲର ଘଟଣା ସ୍ଥଳ ରେ ପହଞ୍ଚି ଛଅ ମତ୍ସ୍ୟଜୀବୀ ଙ୍କୁ ଉଦ୍ଧାର କରିଥିଲେ । ଛଅ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଉ ଏକ ଟ୍ରଲର ସାହାଯ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ନୂଆଗଡ଼ ମାଛଧରା ବନ୍ଦରକୁ ଅଣାଯାଇଛି ।

Leave a Reply

Your email address will not be published. Required fields are marked *